ନୂଆଦିଲ୍ଲୀ – କୁହାଯାଏ ମାଆ ମହାନ। ମାଆ ପରି କିଏ ହେବ। ତାର ତୁଳନା ନାହିଁ। ନିଜ ପିଲାର ଶୁଭ ମନାସୀ ତାର ମଙ୍ଗଳ କାମନା କରିଥାଏ। ନିଜ ପିଲା ଟିକିଏ ବି ଆଘାତକୁ ସେ ସହ୍ୟ କରିପାରେ ନାହିଁ। ଆଖି ଆଢୁଆଳରୁ ଟିକିଏ ତାର ଛାଇ ହଟିଗଲେ ସେ ପାଗଳିନୀ ପାଲଟି ଯାଏ। ଭୋକ ଶୋଷ ଭୁଲି କେବଳ ତାର ଆଖିର ତାରାକୁ ହିଁ ଖୋଜୁଯାଏ। ଆତୁର ହୋଇ କହୁଥାଏ ,କିଏ ମୋ ପିଲାକୁ ଦେଖିଛ, କେଉଁଠି ଅଛି ସେ ...।
ଏହାସହ ମଧ୍ୟ ପଢନ୍ତୁ : କାନପୁର ଲଜ୍ଜା ଘଟଣା : ପୁଲିସବାବୁ ଏବଂ ସାମ୍ବାଦିକଙ୍କ କଳା କାହାଣୀ କହିଲେ ନାବାଳିକା ପୀଡ଼ିତା
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ। ଏଠାର ଖଟାଲ ଅଞ୍ଚଳରେ ଦୁଇ ଜଣ ନିରୀହ ପିଲାଙ୍କ ନିଖୋଜ ହେବା ମାମଲା ଗମ୍ଭୀର ହେବାରେ ଲାଗିଛି। ୨ ଜାନୁଆରୀରୁ ସୁନୀଲ କୁମାରଙ୍କ ୫ ବର୍ଷିୟ ପୁଅ ଅଂଶ ଓ ୪ ବର୍ଷିୟ ଝିଅ ଅଂଶିକାର ଏବେସୁଦ୍ଧା କୌଣସି ସୁରାକ୍ ମିଳି ପାରି ନାହିଁ। ଦୁଇ ଜଣ ଯାକ ବିସ୍କୁଟ ଆଣିବାକୁ ଘରୁ ଯାଇ ଥିଲେ , କିନ୍ତୁ ଏହାପରେ ସେ ଆଉ ଫେରି ନଥିଲେ।
ପରିବାର ଓ ସ୍ଥାନୀୟ ଲୋକଙ୍କ ଅନୁସାରେ ପିଲା ଦୁଇଜଣ ନିଖୋଜ ହେବା ପରେ ସେମାନଙ୍କୁ ଖୋଜା ଚାଲିଛି, କିନ୍ତୁ ଅନେକ ଦିନ ପରେ ମଧ୍ୟ ପୁଲିସକୁ କୌଣସି ସଠିକ ସୂଚନା ମିଳି ନାହିଁ। ମାମଲାର ଗୁମ୍ଭୀରତାକୁ ଦେଖି ପୁଲିସ ପିଲାଙ୍କର ସୂଚନାକାରୀଙ୍କୁ ୫୧ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।
ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ୪ ଜଣ ଆଇପିଏସ୍ ଅଧିକାରୀ ଓ ୮ ଜଣ ଡିଏସପି ରାଙ୍କର ଅଧିକାରୀ ପିଲାଙ୍କ ତଲାସରେ ଲାଗିଛନ୍ତି। ଏହା ସତ୍ତ୍ୱେ ଏବେସୁଦ୍ଧା କୌଣସି ସଫଳତା ମିଳି ନାହିଁ। ଏବେ ଯାଞ୍ଚକୁ ଆଗକୁ ବଝାଇ ସ୍ନିଫର ଡଗ୍ ସ୍କ୍ୱାଡ୍ ଓ ଏଫଏସଏଲର ଟିମ୍କୁ ମଧ୍ୟ ସାମିଲ କରାଯାଇଛି।
ଏପଟେ, ପିଲାଙ୍କ ନମିଳିବା ନେଇ ଲୋକେ କ୍ରୋଧିତ ହୋଇ ଉଠିଛନ୍ତି। ବସ୍ତିରେ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟତା ଓ ପ୍ରଶ୍ନ ଉଠାଯାଉଛି ଯେ, ଏତେ ଉତ୍ସ ଥିବା ସତ୍ତ୍ୱେ ପୁଲିସ ଏହି ମାମଲାକୁ କାହିଁକି ସମାଧାନ କରିପାରୁ ନାହିଁ। ପିଲାର ମାଆ କାନ୍ଦି କାନ୍ଦୀ କହିଛନ୍ତି ଯେ ,ତାଙ୍କର କାହା ସହ କୌଣସି ଶତ୍ରୁତା ନାହିଁ। ପରିବାର କେବଳ ଛଅ ମାସ ପୂର୍ବରୁ ହିଁ ରାଞ୍ଚିରେ ରହିବାକୁ ଆସିଥିଲେ। ସେ କେବଳେ ଏହା ଅନୁରୋଧ କରିଛନ୍ତି ଯେ, ତାଙ୍କ ପିଲା ସୁରକ୍ଷିତ ଫେରି ଆସନ୍ତୁ।
ତାଙ୍କ ଜେଜେମାଆ ମଧ୍ୟ କହିଛନ୍ତି ଯେ, ତାଙ୍କର କେଉଁଥିରେ ଅଭିଯୋଗ ନାହିଁ ଏବଂ ଈଶ୍ୱରଙ୍କୁ ପିଲାଟିର ଫେରିବା ନେଇ ପ୍ରାର୍ଥନା କରୁଛନ୍ତି। କୁହାଯାଉଛି ଯେ, ପିଲା ଦୁଇଟିର ମାଆ ଚିନ୍ତାରେ ରହିଛନ୍ତି।ବାରମ୍ୱାର ଚେତା ହରାଉଛନ୍ତି। ଏବେ ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ପ୍ରକୃତରେ ପିଲା ଦୁଇ ଜଣ କୁଆଡ଼େ ଗଲେ। ଏହି ମାମଲାକୁ ନେଇ ଜୋରଦାର ଜନ ଆନ୍ଦୋଳନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି।