କୃଷ୍ଣପ୍ରସାଦ, ୧୯/୧: ମଙ୍ଗଳବାରଠୁ ଚିଲିକାରେ ଆରମ୍ଭ ହେବ ଡଲଫିନ୍ ଗଣନା। ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା। ଡଲଫିନ ଗଣନା ସମୟରେ ଚିଲିକାରେ ଡଙ୍ଗ ଓ ଭସାପୋଲ ଚଳାଚଳ ଉପରେ ଲାଗିଲା କଟକଣା। ୨୨ ତାରିଖ ପର୍ଯ୍ୟନ୍ତ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଡ଼ଙ୍ଗା ଓ ଭସାପୋଲ ଚଳାଚଳ ଉପରେ କଟକଣା ବଳବତ୍ତର ରହିବା। ଏନେଇ ଚିଲିକା ଡିଭିଜନ ବନଖଣ୍ଡ ଅଧିକ୍ଷକ ଅମ୍ଲାନ ନାୟକଙ୍କ ସୂଚନା ଦେଇଛନ୍ତି।
ଆଜି ସାତପଡ଼ା ପରିଦର୍ଶନ କେନ୍ଦ୍ର କନଫେରନ୍ସ ହଲ ଭିତରେ ଗଣନା ନିମନ୍ତେ ବୈଠକ ଅନୁଷ୍ଠିତ ହେବ।ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ଦିଆଯିବ । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ। ବୈଠକରେ ବନବିଭାଗର ଅଧିକାରୀ, ସିଡିଏ କର୍ମଚାରୀ,ବିଶାରଦ, ଗଣନାକାରୀ ଦଳ, ସୁରକ୍ଷାକର୍ମୀ,ବୋଟ ଆସୋସିଏସନ କର୍ମକର୍ତ୍ତା, ଡ଼ଙ୍ଗା ଚାଳକ, ସ୍ୱେଚ୍ଛାସେବୀ ପ୍ରମୁଖ ସାମିଲ ରହିବେ ବୋଲି ଜଣାପଡିଛି ।
ମଙ୍ଗଳବାର ସକାଳ ୬ ଟାରୁ ମୋଟର ଚାଳିତ ବୋଟ ଯୋଗେ ଡ଼ଲଫିନ ଗଣନା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।