ଭୁବନେଶ୍ୱର,୦୩/୦୧: ଚିଲିକାର ହେବ ସୌନ୍ଦର୍ଯ୍ୟକରଣ। ପାଇବ ନୂଆ ରୂପ। ଚିଲିକା ଆଖପାଖ ଅଞ୍ଚଳକୁ କରାଯିବ ଉନ୍ନତିକରଣ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ ହେବ ଚିଲିକା ହ୍ରଦ । ଏନେଇ ଆଇଆଇଟି ମାଡ୍ରାସ୍ ଓଷନୋଗ୍ରାଫି ସହ ବୁଝାମୁଣା ସ୍ବାକ୍ଷରିତ ହୋଇଛି। ୧୫ ଶହରୁ ୨ ହଜାର କୋଟିର ଡିପିଆର୍ ପ୍ରସ୍ତୁତ ହୋଇଛି। ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।