ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆମେରିକାକୁ ଝଟ୍‌କା: ବୋଇଙ୍ଗ୍‌ ଉପରେ ରୋକ୍‌ ଲଗାଇଲା ଚୀନ, ଅର୍ଡର ଦେଇ ବିମାନ ନେବାକୁ ମନା କଲା

Published By : Krishna Priya | April 16, 2025 8:24 AM

ନୂଆଦିଲ୍ଲୀ ୧୬/୦୪: ଟାରିଫ୍‌ ଯୁଦ୍ଧର ଆରମ୍ଭ ଯଦିଓ ଆମେରିକା କରିଛି, ଚୀନ୍‌ ବି ନଛୋଡବନ୍ଧା । ଲଗାତର ଆମେରିକା ଉପରେ ପାଲଟା ହମ୍‌ଲା କରିଚାଲିଛି ଡ୍ରାଗନ । ଚୀନ୍‌ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ୍‌ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଡୋନାଲ୍ଡ ଟ୍ରମ୍ପଙ୍କ ନିଦ ହଜାଇଦେବା ଥୟ । ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଚାଲିଛି । ଚୀନ୍‌ ମାଷ୍ଟର୍‌ଷ୍ଟ୍ରୋକ୍‌ ଚଳାଇ ନିଜ ବିମାନ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ଆମେରିକୀୟ କମ୍ପାନି ବୋଇଙ୍ଗ୍‌ ବିମାନର ଡେଲିଭରୀ ନେବେ ନାହିଁ । ଅର୍ଥାତ୍‌ ଅର୍ଡର ଦେବା ସତ୍ତେ୍ୱ ଚୀନ୍‌ ଆମେରିକାଠାରୁ ବୋଇଙ୍ଗ୍‌ ବିମାନର ଡେଲିଭରୀ ନେବ ନାହିଁ । 

ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ, ଚୀନି ବିମାନଗୁଡ଼ିକ ପାଇଁ ଆମେରିକାରୁ ଉପକରଣ ଏବଂ ପାର୍ଟସ କ୍ରୟ ବନ୍ଦ କରିବା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଚୀନ୍‌ ସାମଗ୍ରୀ ଉପରେ ୧୪୫% ପର୍ଯ୍ୟନ୍ତ ଶୁଳ୍କ ଲଗାଯିବା ପରେ ଡ୍ରାଗନ୍‌ ବି ଯେସାକୁ ତେସା ପାଲଟା ହମ୍‌ଲା କରିବାକୁ ମନସ୍ଥ କରିଛି । ଚୀନ୍‌ ଆମେରିକା ଉପରେ ୧୨୫%ର ଶୁଳ୍କ ଲଗାଇଛି । ଫଳରେ ବୋଇଙ୍ଗ ବିମାନ ଏବଂ ପାର୍ଟସ ଖର୍ଚ୍ଚ ଦୁଇଗୁଣାରୁ ଅଧିକ ବଢ଼ିଯାଇଛି । ଚୀନ୍‌ ଏବେ ବୋଇଙ୍ଗ୍‌ ଜେଟ୍‌କୁ ଲିଜ୍‌ରେ ନେଇଥିବା ବିମାନ କମ୍ପାନିଗୁଡ଼ିକର ଖର୍ଚ୍ଚ କମାଇବାର ଉପାୟ ଖୋଜୁଛି । ଏ ସ୍ଥିତି ବୋଇଙ୍ଗ୍‌ ପାଇଁ ଏକ ବଡ଼ ଆହ୍ୱାନ । ଆଗାମୀ ୨୦ ବର୍ଷରେ ଚୀନ୍‌ ବିଶ୍ୱ ବିମାନ ଚାହିଦାରେ ୨୦% ଅଂଶ ରଖିବ । ଚୀନ୍‌ ବୋଇଙ୍ଗ୍‌ଠାରୁ ବୃହତ୍‌ ସଂଖ୍ୟାରେ ବିମାନ କିଣି ଆସୁଥିଲା । ଏଭଳି ସ୍ଥିତିରେ ସି ଜିନ୍‌ପିଙ୍ଗ୍‌ ସରକାରଙ୍କ ଏ ନିଷ୍ପତ୍ତି କମ୍ପାନି ପାଇଁ ବଡ଼ ଝଟ୍‌କା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.