ନୂଆଦିଲ୍ଲୀ,୧୭।୮: ଚୀନ୍ ସହିତ ପାକିସ୍ତାନ ସ୍ୱାକ୍ଷର କରିଥିବା ଆଠଟି ହାଙ୍ଗୋର-କ୍ଲାସ୍ ବୁଡାଜାହାଜ ମଧ୍ୟରୁ ତୃତୀୟଟିଖକୁ ଚୀନ୍ ହସ୍ତାନ୍ତର କରିଛି। ବେଜିଂର ଏହି ପଦକ୍ଷେପ ଇସଲାମାବାଦର ନୌସେନାର ଶକ୍ତି ବୃଦ୍ଧି କରିବା ସହ ଭାରତ ମହାସାଗରରେ ପାକିସ୍ତାନ ସେନାର ଶକ୍ତିକୁ ଆହୁରି ବଢାଇ ଦେବ।
ଚୀନ୍ ର ସରକାରୀ ଖବରକାଗଜ 'ଗ୍ଲୋବାଲ୍ ଟାଇମ୍ସ' ଶନିବାର ସୂଚନା ଦେଇଛି ଯେ, ତୃତୀୟ ହାଙ୍ଗୋର-କ୍ଲାସ୍ ବୁଡାଜାହାଜର ଉନ୍ମୋଚନ ସମାରୋହ ଗୁରୁବାର ଚୀନ୍ର ଉହାନରେ ଅନୁଷ୍ଠିତ ହୋଇଥିଲା। ପାକିସ୍ତାନ ପାଇଁ ଚୀନ୍ ଦ୍ୱାରା ନିର୍ମିତ ଆଠଟି ବୁଡା ଜାହାଜ ମଧ୍ୟରୁ ଦ୍ୱିତୀୟଟି ଚଳିତ ବର୍ଷ ମାର୍ଚ୍ଚ ମାସରେ ହସ୍ତାନ୍ତର କରାଯାଇଥିଲା।
ଏହା ସେହି ୪ ଆଧୁନିକ ନୌସେନା ଯୁଦ୍ଧ ଜାହାଜ ଅତିରିକ୍ତ, ଯାହାକୁ ଚୀନ୍ ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନକୁ ଦେଇଥିଲା। । ଆରବ ସାଗରରେ ଚୀନ୍ ନୌସେନାର ଲଗାତାର ବିସ୍ତାର ମଧ୍ୟରେ ପାକିସ୍ତାନ ନୌସେନା ଶକ୍ତି ବୃଦ୍ଧି କରିବା ପାଇଁ ଏହାକୁ ଦେଇଛି। ପାକିସ୍ତାନ ଉପ ନୌସେନା ମୁଖ୍ୟ ପ୍ରୋଜେକ୍ଟ-୨ ଭାଇସ୍ ଆଡମିରାଲ ଅବଦୁଲ ସମଦ କହିଛନ୍ତି, ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଉନ୍ନତ ସେନ୍ସରଗୁଡ଼ିକ ଆଞ୍ଚଳିକ ଶକ୍ତି ସନ୍ତୁଳନ ବଜାୟ ରଖିବା। ଏହାଛଡା ସାମୁଦ୍ରିକ ସ୍ଥିରତା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ।