ନୂଆଦିଲ୍ଲୀ,୧୬।୧୦: ରୁଷରୁ ତୈଳ କିଣିବା ପାଇଁ ଚୀନ୍ ଉପରେ ଆମେରିକାର ଚାପ ବଢିବାରେ ଲାଗିଛି। ଏହା ମଧ୍ୟରେ, ଚୀନ୍ ଏହାର ତୈଳ ଆମଦାନୀକୁ ସମ୍ପୂର୍ଣ୍ଣ ଆଇନଗତ ବୋଲି ଘୋଷଣା କରିଛି। ଏହା ସହ କହିଛି ଯଦି ବେଜିଂର ସ୍ୱାର୍ଥରେ ବାଧାହୁଏ ତେବେ କଠୋର ପ୍ରତିଶୋଧମୂଳକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛି। ଆମେରିକାର ଏକପାଖିଆ ଚାପର ସମାଲୋଚନା କରି ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି, ଆମେରିକାର ନୀତି ଏକପାଖିଆ ଭୟ ଏବଂ ଆର୍ଥିକ ଚାପ ସହିତ ସମାନ, ଯାହା ଅନ୍ତର୍ଜାତୀୟ ବାଣିଜ୍ୟ ନିୟମକୁ ଦୁର୍ବଳ କରେ ଏବଂ ବିଶ୍ୱ ଶିଳ୍ପ ଏବଂ ଯୋଗାଣ ଶୃଙ୍ଖଳର ସୁରକ୍ଷା ଏବଂ ସ୍ଥିରତାକୁ ବିପଦରେ ପକାଇଥାଏ।
ରୁଷ ସହିତ ବାଣିଜ୍ୟ ସମ୍ପୂର୍ଣ୍ଣ ଆଇନଗତ। ଲିନ୍ କହିଛନ୍ତି ,ରୁଷ ସମେତ ବିଶ୍ୱର ବିଭିନ୍ନ ଦେଶ ସହିତ ଚୀନ୍ର ବାଣିଜ୍ୟ ଏବଂ ଶକ୍ତି ସହଯୋଗ ସମ୍ପୂର୍ଣ୍ଣ ବୈଧ ଏବଂ ଆଇନଗତ। ଆମେରିକାକୁ ଜବାବ ଦେଇ ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍ଙ୍କୁ ଆଶ୍ୱାସନା ଦେଇଛନ୍ତି ସେ ରୁଷରୁ ତୈଳ କିଣିବେ ନାହିଁ, ତାହା ଏକ ପୃଥକ ପ୍ରସଙ୍ଗ, କିନ୍ତୁ ଚୀନ୍ ତା’ର ପ୍ରାକୃତିକ ବାଣିଜ୍ୟ ଅଧିକାରଠାରୁ ପଛକୁ ହଟିବନି।
ଉଲ୍ଲେଖନୀୟ ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ୱାଶିଂଟନରେ କହିଥିଲେ, ଭାରତ ଦ୍ୱାରା ରୁଷରୁ ଅଶୋଧିତ ତୈଳ କ୍ରୟ କରିବା ନେଇ ଆମେରିକା ଅସନ୍ତୁଷ୍ଟ। ଏପରି ଆମଦାନୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧକୁ ଆର୍ଥିକ ସହାୟତା କରେ। ଏହା ପୂର୍ବରୁ ବୁଧବାର ଆମେରିକା ଚୀନ୍ ବିରୋଧରେ କଡା ଚେତାବନୀ ଦେଇଥିଲା। ଆମେରିକା ଟ୍ରେଜେରୀ ସଚିବ ସିନେଟର୍ସ ଚୀନ୍ରୁ ଆମଦାନୀ ଉପରେ ୫୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ସମର୍ଥନ କରିପାରେ,। ବିଶେଷକରି ରୁଷ ସହ ବାଣିଜ୍ୟ କରିବାକୁ ନେଇ ରହିଛି।