ନୂଆଦିଲ୍ଲୀ : ଚୀନ ପୁଣି ଥରେ ନିଜର ସୀମା ଅତିକ୍ରମ କରିଛି। ନିକଟରେ ଚୀନ ପାକିସ୍ତାନ ସହ ଏକ ମିଳିତ ବିବୃତ୍ତି ଜାରି କରି ଜମ୍ମୁ-କାଶ୍ମୀରର ପ୍ରସଙ୍ଗରେ ଟିପ୍ପଣୀ କରିଛି। ଏହି ବିବୃତ୍ତି ସିଧାସଳଖ ଭାରତର ସାର୍ବଭୌମତ୍ୱ ସହ ଜଡ଼ିତ ଏବଂ ଚୀନ ଭାରତକୁ ଉସୁକାଇବାକୁ ଚେଷ୍ଟା କରୁଛି। ପ୍ରକୃତ କଥା ହେଲା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ଫିଲ୍ଡ ମାର୍ଶଲ ଆସିମ ମୁନିର ଚୀନରେ ପହଞ୍ଚିଛନ୍ତି। ଏହି ନେତା ଦ୍ୱୟଙ୍କ ସହ ବୈଠକ ପରେ ଚୀନ ପକ୍ଷରୁ ଉକ୍ତ ବିବୃତ୍ତି ଆସିଛି।
ଆହୁରି ମଧ୍ୟ ପଢନ୍ତୁ : Pak rejects US proposal: ଟ୍ରମ୍ପଙ୍କ ଆବ୍ରାହମ ଚୁକ୍ତି ପ୍ରସ୍ତାବକୁ ପାକିସ୍ତାନର ଝଟକା, କହିଲା ଆମର ଟିକେ ବି ଭରସା ନାହିଁ...
ଶହବାଜ ସରିଫଙ୍କ ବେଜିଂ ଯାତ୍ରା ବେଳେ ଜାରି ଏକ ମିଳିତ ବିବୃତ୍ତିରେ ଚୀନ ପୁଣି ଥରେ ପାକିସ୍ତାନର ସ୍ୱର ସହ ସ୍ୱର ମିଳାଇଛି, କାଶ୍ମୀର ପ୍ରସଙ୍ଗକୁ ମିଳିତ ରାଷ୍ଟ୍ରର ପ୍ରସ୍ତାବ ଅନୁସାରେ ସମାଧାନ କରିବା କଥା କହିଛି। ନ୍ୟୁଜ୍ -୧୮ର ଏକ ରିପୋର୍ଟ ମୁତାବିକ ବେଜିଂର ଗ୍ରେଟ୍ ହଲ୍ ଅଫ୍ ଦ ପିପଲରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକ ପରେ ଚୀନ ଓ ପାକିସ୍ତାନ ଏକ ମିଳିତ ଘୋଷଣାପତ୍ର ଜାରି କରିଛନ୍ତି। ଏଥିରେ ଦୁଇ ଦେଶ ସଂଯୁକ୍ତ ରାଷ୍ଟ୍ର ଚାର୍ଟର ଓ ସୁରକ୍ଷା ପରିଷଦର ପୁରୁଣା ପ୍ରସ୍ତାବର ଉଲ୍ଲେଖ କରି କାଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ବିଷୟରେ କହିଛି।
CPEC ର ମଧ୍ୟ ଉଲ୍ଲେଖ –
ଚୀନ ଓ ପାକିସ୍ତାନ ଏହି ମିଳିତ ବିବୃତ୍ତିରେ କେବଳ ଯେ କାଶ୍ମୀରର ଉଲ୍ଲେଖ ହୋଇଛି , ତାହା ନୁହେଁ ଆହୁରି ଅନେକ ପ୍ରସଙ୍ଗ ମାଧ୍ୟମରେ ଭାରତକୁ ଉସୁକାଇବାକୁ ସିଧାସଳଖ ଚେଷ୍ଟା କରାଯାଇଛି। ଏଥିରେ ଚୀନ-ପାକିସ୍ତାନ ଇକୋନୋମିକ କରିଡର ଅର୍ଥାତ୍ ସିପିଇସିର ମଧ୍ୟ ଉଲ୍ଲେଖ ଅଛି। ଅନ୍ୟପଟେ ଏହ ପ୍ରୋଜେକ୍ଟ ଅନୁସାରେ ଚୀନ ପାକିସ୍ତାନର ଗ୍ୱାଦର ବନ୍ଦରକୁ ମଧ୍ୟ ବିକଶିତ କରୁଛି। ଏଥିରେ ଚୀନକୁ ଭାରତ ମହାସାଗର ଓ ଆରବ ସାଗରରେ ସିଧାସଳଖ ଓ ସ୍ଥାୟୀ ଏଣ୍ଟ୍ରି ମିଳିପାରେ , ଯାହା ଭାରତର ସୁରକ୍ଷା ପ୍ରତି ସିଧାସଳଖ ବିପଦ ସଦୃଶ।
ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସୋମବାର ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ୍ କରିଥିଲେ। ଏହି ସମୟରେ ଜିନପିଙ୍ଗ ଚୀନ ଓ ପାକିସ୍ତାନ ମଧ୍ୟରେ ଅତୁଟ୍ ବନ୍ଧୁତାର ପ୍ରଶଂସା କରି ଥିଲେ। ଜିନପିଙ୍ଗ କହିଛନ୍ତି ଯେ, ପାକିସ୍ତାନ ପଶ୍ଚିମ ଏସିଆରେ ଶାନ୍ତି ସ୍ଥାପନ କରିବା ପାଇଁ ମଧ୍ୟସ୍ଥତାର ଭୂମିକା ତୁଳାଇବାର ଯେଉଁ ପ୍ରୟାସ କରିଛି, ତାହା ପ୍ରଶଂସନୀୟ। ଡନର ଏକ ରିପୋର୍ଟ ମୁତାବିକ ସରିଫଙ୍କ ସହ ବୈଠକ ବେଳେ , ସି ଜିନପିଙ୍ଗ ତାଙ୍କୁ ନିଜର ପୁରୁଣା ବନ୍ଧୁ ଭାବେ ଦର୍ଶାଇଛନ୍ତି ଏବଂ କହିଛନ୍ତି ଦୁଇ ଦେଶ ଅନେକ ଦଶନ୍ଧିରୁ ପରସ୍ପରକୁ ବୁଝିଛି, ଭରସା କରିଛି ଏବଂ ସମର୍ଥନ ଦେଇ ଆସିଛି।
ଦେଖନ୍ତୁ ଏହି ଭିଡିଓ - ରାଜଧାନୀବାସୀଙ୍କ ସମସ୍ୟା ବଢ଼ାଇଛି ୭ଟି ଅଣ୍ଡରପାସ୍