ନୂଆଦିଲ୍ଲୀ,୩।୭:‌ ହେବ କି ତୃତୀୟ ବିଶ୍ବଯୁଦ୍ଧ ? ଏଭଳି ଆଶଙ୍କାରେ ସାରା ଦୁନିଆ ଆଜି ଆତଙ୍କିତ। ତେବେ ତା ପୂର୍ବରୁ ଚୀନ୍ ନିଜକୁ କରୁଛି ଆହୁରି ଶକ୍ତିଶାଳୀ। ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବେଜିଂରେ   ଡ୍ରାଗନ୍ ତିଆରି କରୁଛି ମିଲିଟାରୀ ସିଟି ବା ସାମରିକ ସହର। ଯାହାକି ଆମେରିକାର ପେଣ୍ଟାଗନଠାରୁ ୧୦ ଗୁଣାବଡ଼।

ରୁଷ-ୟୁକ୍ରେନ୍ ଯୁଦ୍ଧ ଓ ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଚୀନ୍ର ଚାଲିଛି ବଡ଼ ପ୍ରସ୍ତୁତି। ବେଜିଂ ନିକଟରେ ଗୁପ୍ତ ରୂପ‌ରେ ଏକ ବିଶାଳ ମିଲିଟାରୀ ସିଟି ବା ସାମରିକ ସହର ତିଆରି କରୁଛି ଚୀନ୍। ଯାହାକି ଆମେରିକାର ପେଣ୍ଟାଗନଠାରୁ ୧୦ ଗୁଣା ବଡ଼ । ଏହାକୁ ବେଜିଂ ମିଲିଟାରୀ ସିଟି୍‌ କୁହାଯାଉଛି। ଏହା ବେଜିଂ ସହରଠାରୁ ପ୍ରାୟ ୩୨ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ ରହିଛି। ଏହାର କ୍ଷେତ୍ରଫଳ ପ୍ରାୟ ୪ କିଲୋମିଟର ଚଉଡା ଓ ଏଥିରେ ଏକ  ଡୁମସ୍‌ଡେ ବଙ୍କର ମଧ୍ୟ ରହିଛି। ଯାହାକୁ ପରମାଣୁ ଯୁଦ୍ଧ ସ୍ଥିତିରେ କମାଣ୍ଡ ସେଣ୍ଟର ଭାବରେ ବ୍ୟବହାର କରାଯାଇପାରେ।

୨୦୨୨ରେ ଯେଉଁଠି ସେଠାରେ ଆବାସିକ ଭବନ ଓ ଖୋଲା ପଡିଆ ଥିଲା, ତେବେ ୨୦୨୪ ର ମଧ୍ୟଭାଗ ପର୍ଯ୍ୟନ୍ତ ଏହି ପୁରା ଅଞ୍ଚଳକୁ ସଫା କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏବେ ସେଠାରେ ସଡକ ଓ ସୁଡଙ୍ଗର ପୁରା ନେଟଓ୍ବର୍କ ତିଆରି ହୋଇସାରିଛି। ଚୀନ୍ ଏହି ନିର୍ମାଣକୁ ନେଇ କୌଣସି ଔପଚାରିକ ବୟାନ ଦେଇନାହିଁ। ଚୀନ୍ ଦୂତାବାସ ଏହାକୁ ଏକ ପ୍ରକାର ଗୁପ୍ତ ରଖିଛି। ଏହି ଅଞ୍ଚଳରେ ଡ୍ରୋନ୍ ଉଡାଇବା କଡାକଡି ଭାବରେ ନିଷେଧ। ପାଖରେ ଥିବା ହାଇକିଂ ଟ୍ରେଲର୍ସ ମଧ୍ୟ ବନ୍ଦ କରି ଦିଆଯାଇଛି। ଚୀନ୍ ଏଠାରେ କ୍ୟାମେରା ଉପରେ ମଧ୍ୟ କଟକଣା ଲଗାଇଛି। ଏହି ସବୁକିଛି ଦର୍ଶାଉଛି ଯେ, ଚୀନ୍ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଭାବରେ ଗୋପନୀୟ ରଖିବାକୁ ଚାହୁଁଛି।  

ଏହି ନୂଆ ସାମରିକ କେନ୍ଦ୍ର ଚୀନ୍‌ର ପୁରୁଣା ଓ୍ବେଷ୍ଟର୍ଣ୍ଣ ହିଲସ୍‌ କମାଣ୍ଡ ସେଣ୍ଟରର ସ୍ଥାନ ନେଇପାରେ, ଯାହାକି କୋଲ୍ଡଓ୍ବାର ସମୟରେ ତିଆରି କରାଯାଇଥିଲା। ସେଭଳି ବିଶେଷଜ୍ଞଙ୍କ କହିବା ଅନୁସାରେ,  ସି ଜିନପିଙ୍ଗଙ୍କ ନେତୃତ୍ବରେ ଚୀନ୍ ଦୃତ ଗତିରେ ନିଜର ପରମାଣୁ ଅସ୍ତ୍ରର କ୍ଷମତା ବଢାଉଛି। ଆଗାମୀ ଦଶକରେ ଏହା ଆମେରିକାର ସମକକ୍ଷ ହେବ କିମ୍ବା ତା’ଠାରୁ ଆହୁରି ଆଗକୁ ବଢିପାରେ।  ଏହି ଖୁଲାସା ପରେ ଏବେ ପ୍ରଶ୍ନ ଆହୁରି ଗମ୍ଭୀର ହୋଇଛି। କ’ଣ ବିଶ୍ବ  ତୃତୀୟ ବିଶ୍ବଯୁଦ୍ଧ ଅଭିମୁଖେ ବଢୁଛି କି  ? ଚୀନ୍‌ର ଏହି ଗତିବିଧି ବିଶ୍ବର ସୁରକ୍ଷା ବିଶେଷଜ୍ଞ, ଗୁଇନ୍ଦା ଏଜେନ୍ସି ଓ ଅନ୍ତର୍ଜାତୀୟ ସମୁଦାୟକୁ ଚିନ୍ତାରେ ପକାଇଛି। ନିକଟରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଫଳରେ ଚୀନ୍‌ର ବ୍ୟବସାୟିକ ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇଥିଲା। ଆଗାମୀ ଦିନରେ ହୁଏତ ଚୀନ୍‌କୁ ତୃତୀୟ ବିଶ୍ବଯୁଦ୍ଧ ଚିନ୍ତା ଘାରିଛି। ସେଥିପାଇଁ ନିଜକୁ ଆହୁରି ଶକ୍ତିଶାଳୀ ହେବାକୁ ଚେଷ୍ଟା କରୁଛି।