ନୂଆଦିଲ୍ଲୀ,୧୦।୬: ସୀମା ବିବାଦ ଓ ପାକିସ୍ତାନର ସାହାଯ୍ୟ ପାଇଁ ଚୀନ୍ ସହ ଭାରତର ସମ୍ପର୍କ ଭଲ ନାହିଁ। ତେବେ ଭାରତୀୟ ତଟରକ୍ଷୀ ବାହିନୀର ସତର୍କତା ଓ ସାହାଯ୍ୟ ଭାବନା ଚୀନ୍କୁ ପ୍ରଭାବିତ କରିଛି। କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ଏମ୍ଭି ଭାନ୍ ହାଇ ୫୦୩ ରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ହେଲେ ଭାରତୀୟ ତଟରକ୍ଷୀ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଜାହାଜ ଭିତରେ ଥିବା ଚାଳକ ଦଳର ୨୨ ସଦସ୍ୟଙ୍କ ଭିତରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ଭିତରେ ଚୀନ୍ର ନାଗରିକ ମଧ୍ୟ ଥିଲେ। ଏନେଇ ଭାରତରେ ଅବସ୍ଥାପିତ ଚୀନ୍ ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତୀୟ ନୌସେନା ଓ ମୁମ୍ବାଇ ତଟରକ୍ଷୀ ବାହିନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି, ଏହି ଜାହାଜରେ ମୋଟ ୨୨ ଜଣ ଚାଳକ ଦଳର ସଦସ୍ୟ ଥିଲେ। ତାଙ୍କ ଭିତରେ ୧୪ ଜଣ ଚୀନ୍ର ଥିଲେ। କେରଳ ଓଝିକଲ୍ଲରେ ୪୪ ନଟିକାଲ ମାଇଲ ଦୂରରେ ଥିବା ଜାହାଜରେ ନିଆଁ ଲାଗିଯାଇଥିଲା। କଲୋମ୍ବୋର ହ୍ବାନଭା ସେଭା ଯାତ୍ରା ବେଳେ ଜାହାଜରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଅତି କମ୍ରେ ଚାରିଜଣ କ୍ରୁ ମେମ୍ବର ନିଖୋଜ ହୋଇଯାଇଥିଲେ ଓ ୫ ଜଣ ଆହତ ହୋଇଥିଲେ। ଏହି ଜାହାଜ ଏକ କଣ୍ଟେନର ନେଇକି ଯାଉଥିଲା। ଜାହାଜରେ ନିଆଁ ଲାଗିବା ପରେ ଆଇସିଜିଏସ୍ ରାଷ୍ଟ୍ରଦୂତ, ଆଇସିଜିଏସ୍ ଅର୍ଣ୍ଣବେଶ ଓ ଆଇଜିସିଏସ୍ ସଚେତ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ।
ଇଣ୍ଡିଆନ୍ କୋଷ୍ଟ ଗାର୍ଡର କହିବା ଅନୁସାରେ, ସିଙ୍ଗାପୁରର ପତାକା ଥିବା ଏମ୍ଭି ଭ୍ୟାନ୍ ହାଇ ୫୦୩କୁ ତୁରନ୍ତ ସହାୟତା ଦେଇଥିଲା। ଆଇସିଜି ଏୟାରକ୍ରାଫ୍ଟ ଏୟାର ଡ୍ରପେବଲ୍ ଜରିଆରେ ନିଆଁ ଲିଭାଇଥିଲା। ସେଭଳି ସହାୟତା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଚାରୋଟି ଜାହାଜ ତୁରନ୍ତ ଯାତ୍ରା କରିଥିଲା। କୁହାଯାଉଛି ଯେ, ସିପ୍ ଭିତରେ ଥିବା କଣ୍ଟେନରରେ ନିଆଁ ଲାଗିଥିଲା। ଏହାକୁ କାବୁ କରାଯାଇଥିଲା। ତଥାପି ତା ଭିତରକୁ କଳା ଧୂଆଁ ଉଠିଥିଲା। କୋଷ୍ଟ କାର୍ଡ ସମୁଦ୍ର ପ୍ରହରୀ ଓ ସଚେତ ବାଉଣ୍ଡ୍ରି କୁଲିଂର କାମରେ ଲାଗିଥିଲେ। ସେଭଳି ଆଇସିଜି ସିପ୍ ସମର୍ଥକୁ ମଧ୍ୟ ମୁତୟନ କରାଯାଇଛି।