ନୂଆଦିଲ୍ଲୀ,୨୭।୧୨: ଚୀନ୍‌ର ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଡିଫେନ୍ସ ଟେକ୍ନୋଲୋଜି ବିଶ୍ୱର ସବୁଠାରୁ ଦ୍ରୁତତମ ମ୍ୟାଗ୍ଲେଭ୍ ଟ୍ରେନ୍ ନିର୍ମାଣ କରିଛି, ଯାହାକି ମାତ୍ର ୨ ସେକେଣ୍ଡରେ ଧରିବ ଘଣ୍ଟା ପ୍ରତି ୭୦୦ କିଲୋମିଟର ସ୍ପିଡ୍। ଏହି ଅଲ୍ଟ୍ରା-ହାଇ-ସ୍ପିଡ୍ ଟେକ୍ନୋଲୋଜି ଭବିଷ୍ୟତର ଯାତ୍ରା, ହାଇପରଲୁପ୍ ସିଷ୍ଟମ୍ ଏବଂ ଦୂର ସହରଗୁଡ଼ିକୁ ମାତ୍ର କିଛି ମିନିଟ୍‌ରେ ସଂଯୋଗ କରିବାର ସମ୍ଭାବନାକୁ ଦର୍ଶାଉଛି। ଏହି ପ୍ରୋଜେକ୍ଟ ପାଇଁ ୧୦ ବର୍ଷ ଧରି ଗବେଷଣା ଚାଲିଥିଲା। ଏହା ସହ ଜାପାନକୁ ପଛରେ ପକାଇଛି ଚୀନ୍। ପୂର୍ବରୁ  ଜାପାନର ସବୁଠାରୁ ଦ୍ରୁତତମ ଟ୍ରେନ୍ ଥିଲା JR-ମାଗଲେଭ୍, ଯାହାକି ୫୮୧ କିମି/ଘଣ୍ଟା ବେଗରେ ପହଞ୍ଚିବାର କ୍ଷମତା ରଖିଛି।

ଏହି ଟେଷ୍ଟ ୪୦୦ ମିଟର ଲମ୍ବା ଟ୍ରାକ୍‌ରେ ହୋଇଛି। ଯାହାକୁ ମାଗ୍ନେଟିକ୍ ଲେଭିଟେସନ୍ ଟ୍ରାକ୍ ଉପରେ ପରୀକ୍ଷା କରାଯାଇଥିଲା। ଏହି ଗତିରେ ଟ୍ରେନକୁ ସୁରକ୍ଷିତ ଭାବରେ ମଧ୍ୟ ଅଟକାଯାଇଥିଲା। NUDT ପ୍ରଫେସର ଲି ଜିଙ୍କ ଅନୁଯାୟୀ, ଏହି ସଫଳତା ଚୀନର ଅଲ୍ଟ୍ରା-ହାଇ-ସ୍ପିଡ୍ ମ୍ୟାଗ୍ନେଟ୍ ପରିବହନ ପ୍ରଣାଳୀର ଗବେଷଣା ଏବଂ ବିକାଶକୁ ଉଲ୍ଲେଖନୀୟ ଭାବରେ ତ୍ୱରାନ୍ୱିତ କରିବ। ଏହି ବାହନ କେବଳ ଏକ ଚେସିସ୍ ଭଳି ଲାଗିଥାଏ। ତାହା ଟ୍ରାକ୍‌ରେ ଖୁବ୍ ଦ୍ରୁତ ଗତିରେ ଯାଇଥାଏ। ଟ୍ରାକ୍‌ରେ ଯିବା ସମୟରେ ପଛ ପଟୁ ଧୂଆଁ ମଧ୍ୟ ଛାଡିଥାଏ। ଏହା ହେଉଛି ସୁପର କଣ୍ଡକ୍ଟିଂ ଇଲେକ୍ଟ୍ରିକ୍ ମାଗଲେଭ୍ ସିଷ୍ଟମ, ଯାହାକି ଦୁନିଆର ସବୁଠାରୁ ଦ୍ରୁତ ଏକ୍ସଲେସନ୍ ଓ ସ୍ପିଡ୍‌ର ରେକର୍ଡ। ପ୍ରଫେସର ଲି କହିଛନ୍ତି ତାଙ୍କର ଭବିଷ୍ୟତର ଧ୍ୟାନ ହାଇ-ସ୍ପିଡ୍ ମ୍ୟାଗ୍ନେଟ୍ ପାଇପଲାଇନ୍ ପରିବହନ, ଏରୋସ୍ପେସ୍ ଉପକରଣ ପରୀକ୍ଷଣ ଏବଂ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଲଞ୍ଚ ଭଳି ନୂତନ ଟେକ୍ନୋଲୋଜି ଉପରେ ରହିବ।

​​​​​​​

ଯାନ୍ତ୍ରିକ ସଫଳତା :

ଏହି ସଫଳତା ଦ୍ବାରା ଅନେକ ପ୍ରମୁଖ ସମସ୍ୟାର ସମାଧାନ ହୋଇଛି

- ଅଲ୍ଟ୍ରା-ହାଇ-ସ୍ପିଡ୍ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ପ୍ରୋପୋଲେସନ୍

- ଇଲେକ୍ଟ୍ରିକ୍ ସସପେନସନ୍ ଆଣ୍ଡ ଗାଇଡେନ୍ସ

- ହାଇ-ପାଓ୍ବାର ଏନର୍ଜି ଷ୍ଟୋରେଜ୍

-ହାଇଫିଲ୍ଡ ସୁପର କଣ୍ଡକ୍ଟିଂ ମ୍ୟାଗନେଟସ୍

ମାଗଲେଭ ଟ୍ରେନ କ'?

ମାଗଲେଭ ଟ୍ରେନର ପୁରା ନାମ ମ୍ୟାଗନେଟିକ୍ ଲେଭିଟେସନ୍ ଟ୍ରେନ। ଏହା ଏକ ସ୍ବତନ୍ତ୍ର ପ୍ରକାରର ହାଇ-ସ୍ପିଡ୍ ଟ୍ରେନ ଯାହା ସାଧାରଣ ଟ୍ରାକରେ ଚକ ଉପରେ ଚାଲିଥାଏ ନାହିଁ, ବରଂ ଚୁମ୍ବକୀୟ ଶକ୍ତି ଦ୍ୱାରା ଟ୍ରାକ ଉପରେ କିଛି ସେଣ୍ଟିମିଟର ଉପରେ ବାୟୁରେ ଭାସିଥାଏ।

ଏହା କିପରି କାମ କରେ?

ଟ୍ରେନ୍ ଏବଂ ଟ୍ରାକରେ ଶକ୍ତିଶାଳୀ ଇଲେକ୍ଟେ୍ରା ମ୍ୟାଗନେଟ୍ ରହିଥାଏ। ସମାନ ଚୁମ୍ବକ ପରସ୍ପରକୁ ବିରୋଧ କରି ଠେଲି ଦିଅନ୍ତି, ଯାହା ଫଳରେ ଟ୍ରେନ୍ ଟ୍ରାକ୍ ଉପରେ ଉଠିଯାଏ (ପ୍ରାୟ ୧-୧୦ ସେମି)। ଟ୍ରେନ୍ କୁ ଆଗକୁ ବଢାଇବା ପାଇଁ, ଚୁମ୍ବକୀୟ କ୍ଷେତ୍ରକୁ ବିକଳ୍ପ ଭାବରେ ଟାଣି ଏବଂ ଠେଲି ଦିଆଯାଏ। ଏହାଦ୍ବାରା ଘର୍ଷଣ ସୃଷ୍ଟି ହୋଇନଥାଏ, ତେଣୁ ଟ୍ରେନକୁ ବହୁତ ଦ୍ରୁତ ଗତିରେ ଚଳାଇ ହୁଏ।

ଏହାର ଲାଭ: ଘଣ୍ଟା ପ୍ରତି ୪୦୦-୬୦୦ କିମି କିମ୍ବା ଅଧିକ (ସାଧାରଣ ଟ୍ରେନ୍ ଅପେକ୍ଷା ଦୁଇଗୁଣ)। କମ୍ ଶବ୍ଦ, କମ୍ କମ୍ପନ ଏବଂ ଆରାମଦାୟକ ଯାତ୍ରା। ଚକ ଏବଂ ରେଳ ଖରାପ ନହେବାରୁ କମ୍ ରକ୍ଷଣାବେକ୍ଷଣ। ବିଦ୍ୟୁତ୍ ଶକ୍ତିରେ ଚାଲିବା ଯୋଗୁଁ ପରିବେଶ ପ୍ରଦୂଷଣ ହ୍ରାସ କରେ।

ଆହୁରି ପଢନ୍ତୁ :ଟ୍ରମ୍ପ-ଜେଲେନସ୍କିଙ୍କ ସାକ୍ଷାତ ପୂର୍ବରୁ ରୁଷର ମିସାଇଲ ମାଡ଼, କିଭ୍ ଆକାଶ ଧୂଆଁମୟ