ନୂଆଦିଲ୍ଲୀ, ୧୨/୦୫ : ଯୁଦ୍ଧ ଯୋଗୁଁ ସାରା ବିଶ୍ଵରେ ହାହାକାର। ଗ୍ୟାସ୍ ଏବଂ ତୈଳ ଦର ଆକାଶ ଛୁଆଁ। ବୈଶ୍ଵିକ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ଠପ୍। ଯୁଦ୍ଧ ବନ୍ଦ ହେବା ନେଇ ସମ୍ଭାବନା ବହୁ କ୍ଷୀଣ । ଆଗକୁ ଉପୁଜିବ ଆହୁରି ବିକଟ ସ୍ଥିତି । ଇନ୍ଧନ ବଞ୍ଚାଇବାକୁ ୨୪ ଘଣ୍ଟା ମଧ୍ୟରେ ୨ଥର ଅପିଲ୍ କଲେଣି ମୋଦି। ଆର୍ଥିକ ସଙ୍କଟର ମୁକାବିଲା ଲାଗି ସୁନା ନକିଣିବାକୁ ପରାମର୍ଶ ଦେଇଛନ୍ତି ପିଏମ୍। ସେପଟେ ଚୁପ୍‌ଚାପ୍ ଖାଦ୍ୟ, ପାନୀୟ ଏବଂ ସାର ଠୁଳ କରିବାରେ ବ୍ୟସ୍ତ ଚୀନ। ବିଶ୍ଵ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଡେଭିଡ ମାଲପାସଙ୍କ ଚେତାବନୀ। ଏବେଠୁ ଡ୍ରାଗନକୁ ନ ଅଟକାଇଲେ ଆହୁରି ଗମ୍ଭୀର ହେବ ସ୍ଥିତି। 

ବିଶ୍ଵର ସବୁଠୁ ବଡ଼ ଖାଦ୍ୟ ଏବଂ ଖାଦ ଭଣ୍ଡାର ହେଉଛି ଚୀନ। ବୈଶ୍ଵିକ ସଙ୍କଟ ଭିତରେ ଏହାକୁ ଆହୁରି ସମୃଦ୍ଧ କରିବାରେ ଲାଗି ପଡିଛି ଡ୍ରାଗନ୍। ଭବିଷ୍ୟତକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସାର ରପ୍ତାନୀ ବନ୍ଦ କରି ଦେଇଛି ବେଜିଂ। ଘରୋଇ ଉତ୍ପାଦ ଅଭାବ ଆଳରେ ନିଜ ଦେଶରେ ଠୁଳ କରୁଛନ୍ତି ସି ଜିନପିଙ୍ଗ। ଏହାଦ୍ଵାରା ପ୍ରଭାବିତ ହୋଇଛନ୍ତି ବହୁ କୃଷି ପ୍ରଧାନ ଦେଶ। ଏଥିରୁ ବାଦ୍ ପଡିନି ଭାରତ। ବିଦେଶୀ ଗଣମାଧ୍ୟମର ରିପୋର୍ଟ କହୁଛି, ଯୁଦ୍ଧ ପୂର୍ବରୁ ଭାରତ ୟୁରିଆ ଟନ୍ ପିଛା ପ୍ରାୟ ୫୧୨ ଡଲାର ଦେଇ କିଣୁଥିଲା। ହେଲେ ଏବେ ଦୁଇ ଗୁଣା ମୂଲ୍ୟ ଦେଇ ସାର କିଣୁଛି ନୂଆଦିଲ୍ଲୀ।

ହୋର୍ମୁଜ୍ ବନ୍ଦ ପାଇଁ ସାରା ବିଶ୍ଵରେ ଯୋଗାଣ ଶୃଙ୍ଖଳା ପୁରାପୁରି ଠପ୍ ହୋଇଯାଇଛି। ଆଗକୁ ଘୋର୍ ଅକାଳ ପଡିବା ଆଶଙ୍କାରେ ଚୀନ ଏପରି କରୁଥାଇପାରେ ବୋଲି କୁହାଯାଉଛି। ସେପଟେ ଚୀନର ଏହି ଚାଲ୍ ପଛରେ ବଡ଼ ରଣନୀତି ଥାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସମ୍ପୂର୍ଣ୍ଣ ଖାଦ୍ୟ ଶୃଙ୍ଖଳାକୁ ନିଜ ନିୟନ୍ତ୍ରଣକୁ ନେଇ ବିଶ୍ଵ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି। ବିଶାଳ ଭଣ୍ଡାର କରି ଡ୍ରାଗନ୍ ଲାଭଖୋର୍ ରାଜନୀତି ଚଳାଇଥିବା ବିଶେଷଜ୍ଞ କହୁଛନ୍ତି। ଚୀନକୁ ଏବେଠୁ ନରୋକିଲେ ଭାରତ ଭଳି କୃଷି ପ୍ରଧାନ ଦେଶ ଉପରେ ଏହାର ପ୍ରଭାବ ପଡ଼ିବ। ସାର ମହଙ୍ଗା ହେବ। କୃଷକମାନେ ସିଧାସଳଖ ପ୍ରଭାବିତ ହେବେ। ବେଜିଂର ଜମାଖୋର୍ ନୀତି ପାଇଁ ଖାଦ୍ୟପେୟ ଦରଦାମ୍ ବଢିବ। ମହଙ୍ଗା ମାଡ଼ରେ ଖାଉଟି ସନ୍ତୁଳି ହେବେ। ଅଶୋଧିତ ତୈଳ ପାଇଁ ପୂର୍ବରୁ ମାଟି କାମୁଡ଼ି ପଡିଥିବା ଭାରତ ଉପରେ ଆହୁରି ଆର୍ଥିକ ବୋଝ ବଢିବ।

ଏହି ଖବରଟିକୁ ପଢନ୍ତୁMeta layoffs : ମେ ୨୦ରେ ୮ ହଜାର ଛଟେଇ କରିବ ମେଟା, ଖର୍ଚ୍ଚ କାଟ୍ ଏବଂ AI ଉପରେ କମ୍ପାନୀର ଫୋକସ୍