ନୂଆଦିଲ୍ଲୀ : ଚୀନ ତିବ୍ଦତରେ ବ୍ରହ୍ମପୁତ୍ର ନଦୀରେ ବିଶ୍ୱର ସବୁଠୁ ବଡ଼ ବନ୍ଧ (ଡ୍ୟାମ୍) ତିଆରି କରିବାକୁ ପ୍ଲାନ କରୁଛି। ସୂଚନାକାରୀଙ୍କ କହିବାନୁସାର , ଏହି ବନ୍ଧ ତୀବ୍ର ଭୂକମ୍ପ ସମ୍ଭାବିତ ଅଞ୍ଚଳରେ ନିର୍ମିତ ହେବାକୁ ଯାଉଛି, ଯାହାକି ପ୍ରଳୟର କାରଣ ସାଜିଛି। ପୂର୍ବୋତ୍ତର ଭାରତ ଓ ବାଂଲାଦେଶ ମଧ୍ୟ ଏହି ବନ୍ଧ ଦ୍ୱାରା ପ୍ରଭାବିତ ହେବେ। ସେପଟେ ଚୀନ୍ ସଫେଇ ଦେଉଛି କି, ଏଥିରେ ଭାରତ ଓ ବାଂଲାଦେଶ ଉପରେ କୌଣସି ନକରାତ୍ମକ ପ୍ରଭାବ ପଡିବ ନାହିଁ।
ନିକଟରେ ତିବ୍ଦତରେ ଦ୍ରୁତ ଭୂକମ୍ପ ଆସିଥିଲା, ଯେଉଁଥିରେ ଖୁବ୍ ପ୍ରଳୟ ହୋଇଛି। ଏହାପରେ ଲୋକେ ଏହି ବନ୍ଧକୁ ନେଇ ଖୁବ୍ ଚିନ୍ତିତ। ଏହି ମଧ୍ୟରେ ନାସା ଏକ ରିପୋର୍ଟରେ ଦାବି କରିଛି କି, ଚୀନ୍ରେ ଥିବା ଏବେସୁଦ୍ଧା ସବୁଠୁ ବଡ଼ ବନ୍ଧ ଥ୍ରୀ ଗାର୍ଜେସ ଡ୍ୟାମ୍ରେ ପୃଥିବୀର ଘୂରିବାର ଗତି ପ୍ରଭାବିତ ହୋଇଛି।
ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି କି ନାସା ଦାବି କରିଛି , ବନ୍ଧର କାରଣରୁ ପୃଥିବୀର ଘୂର୍ଣ୍ଣନର ଗତି ୦.୦୬ ମାଇକ୍ରୋସେକେଣ୍ଡ କମି ଯାଇଛି। ନାସାର କହିବାନୁସାରେ , ଏକ ଡ୍ୟାମ୍ କାରଣରୁ ପୃଥିବୀର ଘୂର୍ଣ୍ଣନ ଗତିରେ ଆସିଥିବା ପରିବର୍ତ୍ତନ ଯଦିଓ ସାମାନ୍ୟ ଲାଗୁଥାଏ , ହେଲେ ଏହି ଚିନ୍ତାର କାରଣ ହୋଇପାରେ। ମଣିଷର କୌଣସି କାର୍ଯ୍ୟକଳାପ କାରଣରୁ ଯଦି ପ୍ରକୃତିରେ ଏବେ ବଡ଼ ପରିବର୍ତ୍ତନ ଆସୁଛି ତ ଏହି ପ୍ରଳୟର ସଙ୍କେତ ହୋଇପାରେ। ପୃଥିବୀର ଘୂର୍ଣ୍ଣନର ଗତି କେବଳ ଗ୍ରହ ସମ୍ୱନ୍ଧୀୟ ନୁହେଁ ,ଏହାସହ ଅନ୍ତଃଗ୍ରହର ଗତିବିଧ ସହ ମଧ୍ୟଯୋଡ଼ି ହୋଇ ପାରେ।
ନାସାର କହିବାନୁସାରେ , ଯେବେ ଡ୍ୟାମ୍ରେ ବହୁ ମାତ୍ରାରେ ଜଳ ସଂଗ୍ରହିତ ହୋଇଯାଏ ତ ପୃଥିବୀରେ ଓଜନ(ଭାର)ବଣ୍ଟନରେ ପରିବର୍ତ୍ତନ ହୋଇଯାଏ । ଏଥିରେ ଜଡ଼ତ୍ୱ ପରିଲିଖିତ ହୁଏ , ଯାହାକି ଘୂର୍ଣ୍ଣନ ଗତିକୁ କମ୍ କରିବାରେ କାମ କରିଥାଏ। ନାସାର କହିବାନୁସାରେ ,ଯଦି ଭାର ଧ୍ରୁବ ଆଡ଼କୁ ଖସି ଯାଏ ତ ଘୂର୍ଣ୍ଣନ ଗତି ବଢି ଯିବ। ଯଦି ଏହା ଭୂମଧ୍ୟରେଖା ଆଡ଼କୁ ହୋଇଥାଏ ତ ଗତି କମ୍ ହୋଇଯିବ।
କହି ରଖୁଛୁ କି, ଚୀନ୍ର ଗାର୍ଜେସ ଡ୍ୟାମ୍ ୟାଙ୍ଗତଜି ନଦୀରେ ତିଆରି ହୋଇଛି। ଏହି ଡ୍ୟାମ୍ ୬୦୭ ମିଟର ଉଚ୍ଚ ଓ ୨ କିଲୋମିଟର ଲମ୍ୱ। ଏଥିରେ ଚୀନ୍ ବହୁ ପରିମାଣରେ ବିଦ୍ୟୁତ୍ ସୃଷ୍ଟି କରିଥାଏ।
ଏବେ ଚୀନ ତିବ୍ଦତରେ ଗାର୍ଜେସ ଡ୍ୟାମ୍ ଠାରୁ ବଡ଼ ଡ୍ୟାମ୍ ତିଆରି କରିବାରେ ଲାଗିଛି। ହିମାଳୟୀ ଅଞ୍ଚଳ ସ୍ଥିତ ଡ୍ୟାମ୍ ପୂର୍ବରୁ ହିଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ହିମାଳୟର କ୍ଷେତ୍ରରେ ଭୂକମ୍ପ ଲଗାତାର ବଢି ଚାଲିଛି। ଚୀନର ନୂଆ ଡ୍ୟାମ୍ ଥ୍ରୀ ଗାର୍ଜେସ ଡ୍ୟାମ୍ ଠାରୁ ୩ଗୁଣା ବଡ଼ ହେବ। ଏଥିରୁ ୩୪ ଗିଗାୱାଟ୍ ବିଦ୍ୟୁତ୍ ତିଆରି କରିବାର ପ୍ରସ୍ତୃତି ଚାଲିଛି। ରୟଟର୍ସର ରିପୋର୍ଟ ମୁତାବିକ , ଚୀନର ହିଁ ଜଣେ ବିଶେଷଜ୍ଞ ଫ୍ୟାନ ଜିଆଓଙ୍କର କହିବା ହେଲା କି, ବଡ଼ ଭୂକମ୍ପରେ ଏହି ବନ୍ଧ କ୍ଷତିଗ୍ରସ୍ତ ମଧ୍ୟ ହୋଇପାରେ।
କିନ୍ତୁ ଅନ୍ୟପଟେ ଚୀନ୍ କହୁଛି ଯେ , ଏହି ଡ୍ୟାମ୍ କାର୍ବନ ଏମିସନକୁ ହ୍ରାସ କରିବାରେ ବହୁତ ସାହାଯ୍ୟ କରିବ। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଭୂକମ୍ପ କାରଣରୁ ଡ୍ୟାମ୍ ଡ୍ୟାମେଜ୍ ହୋଇଯାଏ ତ, ଏହା ପୂର୍ବୋତ୍ତରର ଅନେକ ରାଜ୍ୟକୁ ବୁଡ଼ାଇ ଦେଇ ପାରେ। ଏଥିରେ ପରିବେଶ ବିଶେଷଜ୍ଞ ମତରେ ଏହା ଜଳ ପ୍ରଳୟକୁ ନିମନ୍ତ୍ରଣ ଭାବେ ଭାବୁଛନ୍ତି।