ମାଲକାନଗିରି,୨୦/୧ (ଆପ୍ର )ପାରମ୍ପରିକ କାଲାବତୀରେ ନନୀ ଦେଶିଆ ଗୀତ ଗାଇଲେ ଚିତ୍ରକୋଣ୍ଡା ବିଧାୟକ। କଂଗ୍ରେସ ଭଵନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ ପାରମ୍ପରିକ କଲାବତୀରେ ନନୀ ଦେଶିଆ ଗୀତ ଗାଇଥିଲେ। ବିଧାୟକ ଏହି ଗୀତ ଗାଇବା ବେଳେ ମନଭରି ଦଳିୟ ନେତା କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପଭୋଗ କରିଥିଲେ।ପାରମ୍ପରିକ ଆଦିବାସୀ ଦେଶିଆ ସଙ୍ଗୀତ କଳାକୁ ବଞ୍ଚାଇବା ସହିତ ମନେ ରଖି ସୁନ୍ଦର ଭାବେ ଗାଇଥିବାରୁ ବିଧାୟକଙ୍କୁ ପ୍ରଶଂସା କରିଛନ୍ତି।