ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Happy Chocolate Day 2025 : ଦୁନିଆର ସବୁଠୁ ମହଙ୍ଗା ଚକୋଲେଟ୍‌, ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Krishna Priya | February 9, 2025 9:06 AM

ନୂଆଦିଲ୍ଲୀ ୦୯/୦୨: ଭାଲେଣ୍ଟାଇନ୍ ୱିକ୍‌ର ତୃତୀୟ ଦିନରେ ଚକୋଲେଟ୍ ଡେ’ ପାଳନ କରାଯାଏ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ୍ ଦିଅନ୍ତି। ଏମିତିରେ ବି ଛୋଟ ହୁଅନ୍ତୁ ଅବା ବଡ ଚକୋଲେଟ୍କୁ ଦୁନିଆରେ ସମସ୍ତେ ପସନ୍ଦ କରନ୍ତି। କେବଳ ଭାଲେଣ୍ଟାଇନ୍ସ ଡେ’ରେ ନୁହେଁ ବରଂ ପର୍ବପର୍ବାଣିରେ ବି ଚକୋଲେଟ୍ ଦିଆଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଚକୋଲେଟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇପାରେ? ଦୁନିଆରେ କିଛି ଚକୋଲେଟ୍ ଅଛି ଯାହା ସେମାନଙ୍କର ମୂଲ୍ୟ ହେତୁ ଚର୍ଚ୍ଚାରେ ରହିଥାଏ । ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ୍ ବିଷୟରେ । 

ଲା ମ୍ୟାଡଲିନ୍ ଆଉ ଟ୍ରଫ୍ ଚକୋଲେଟ୍ :

ସବୁଠାରୁ ମହଙ୍ଗା ତାଲିକାରେ ରହିଛି ଏହି ଚକୋଲେଟର ନାମ । ଏହି ଚକୋଲେଟ୍କୁ ନାଇପ୍ସିଲ୍ଡ ନାମକ ଏକ କମ୍ପାନୀ ପ୍ରସ୍ତୁତ କରେ। ଏହାକୁ କେବଳ ଅର୍ଡର ଦିଆଯାଇ ପ୍ରସ୍ତୁତ କରାଯାଏ ଏବଂ ଡେଲିଭରୀ ୧୪ ଦିନ ପରେ ହୋଇଥାଏ । ଏହା ଏକ ବିରଳ ଛତୁରୁ ତିଆରି ହୁଏ, ଯାହାର ମୂଲ୍ୟ ୮୦ ରୁ ୮୫ ହଜାର ଟଙ୍କା।

ଡେବାଭେ ଆଣ୍ଡ୍‌ ଗାଲାଇସ୍ ଲି ଲିଭର୍‌ ଚକୋଲେଟ୍‌ :

ଦୁନିଆର ସବୁଠୁ ଦାମୀ ଚକୋଲେଟରେ ଏହାର ନାମ ମଧ୍ୟ ଅନ୍ତର୍ଭୁକ୍ତ । ଏହା ଫ୍ରେଞ୍ଚ ଚକୋଲେଟ୍ ଏବଂ ଏହା ଏକ ସୁନାରେ ନିର୍ମିତ ଡବାରେ ପ୍ୟାକ୍ କରାଯାଏ।ଏହି ଡବା ଭିତରେ ୩୫ ଟି ଚକୋଲେଟ୍ ଥାଏ, ଯାହା ହାତରେ ପ୍ରସ୍ତୁତ କରାଯାଏ। ୩୫ ଟି ଚକୋଲେଟ୍ ରହିଥିବା ଏହି ଡବାର ମୂଲ୍ୟ ୪୬ ହଜାର ଟଙ୍କା ।

ଡେଲାଫିସ୍‌ ଗୋଲ୍ଡ ଚକୋଲେଟ୍ :

ମହଙ୍ଗା ଚକୋଲେଟ୍ ତାଲିକାରେ ଏହା ତୃତୀୟ ସ୍ଥାନରେ ରହିଛି। ଏହି ଚକୋଲେଟ୍ ଏକ ୨୪ କ୍ୟାରେଟ୍‌ ସ୍ୱିସ୍ ଗୋଲ୍ଡ କଏନ୍ ସହିତ ଆସିଥାଏ । ଗୋଟିଏ ଡବାରେ ୮ ଟି ଚକୋଲେଟ୍ ଥାଏ ଯାହାର ମୂଲ୍ୟ ୩୩ ହଜାର ଟଙ୍କା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.