ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହିଳାଙ୍କୁ ଛୁରାମାଡ ଘଟଣା; ଦୁଇ ଜଣଙ୍କୁ ଗିରଫ କଲା ଚୌଦ୍ୱାର ପୋଲିସ...

Published By : Ladu Kishor | April 25, 2025 8:45 PM

Image courtesy: indiatoday

ଚୌଦ୍ବାର ୨୫/୦୪: ଚୌଦ୍ୱାର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଗତ ୨୧ ତାରିଖରେ ମହିଳାଙ୍କୁ ଛୁରାମାରି ସୁନା ଲୁଟି ନେଇଥିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚୌଦ୍ଵାର ପୋଲିସ । ସୂଚନା ଅନୁଯାୟୀ ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ବ୍ରାହ୍ମଣ ସାହିରେ ଘରେ ଏକାକୀ ଥିବା ଜଣେ ମହିଳାଙ୍କ ଘର ଭିତରେ ପଶି ବେକକୁ ଛୁରିମାରି ସୁନା ହାର ନେଇ ଦୁଇ ଜଣ ଲୁଟେରା ଫେରାର ହୋଇ ଯାଇଥିଲେ । ଏନେଇ ଗତ ୨୧ ତାରିଖରେ ମହିଳାଙ୍କ ଶଶୁର ଶରତ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଚୌଦ୍ୱାର ପୋଲିସ୍ ଗୁରୁତ୍ୱର ସହ ନେଇ ଘଟଣାର ପର୍ଦ୍ଦାଫାଶ କରିଛି। ଅଭିଯୁକ୍ତ ଜଣଙ୍କ ବାଲିଚନ୍ଦ୍ରପୁର ଥାନା ଯାନକା ଅଞ୍ଚଳର ଆଶୁତୋଷ ଜେନା ସୁନାହାର ନେଇ ସେହି ଅଞ୍ଚଳର ପ୍ରକାଶ ଚନ୍ଦ୍ର ସାହୁଙ୍କୁ ବିକ୍ରି କରିଥିଲା। ଅଭିଯୁକ୍ତଙ୍କ ଠାରୁ ଏକ ସ୍କୁଟି ଗାଡି ସହ ଝଳା ହୋଇଥିବା ସୁନାକୁ ଜବତ କରି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.