ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ସାନ୍ତାଳ ସମ୍ପ୍ରଦାୟର ସୁରକ୍ଷା ପାଇଁ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟିକାଙ୍କୁ ଦାବିପତ୍ର ପ୍ରଦାନ

Published By : Anindita | January 22, 2025 9:35 AM

ବାଙ୍ଗିରିପୋଷି,୨୨/୦୧: ସାନ୍ତାଳ ସମ୍ପ୍ରଦାୟ  ପକ୍ଷରୁ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟିକା ସଞ୍ଜଲୀ ମୁର୍ମୁଙ୍କୁ ଦାବିପତ୍ର ପ୍ରଦାନ । ନିଜର ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଗତକାଲି ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।  

ସୂଚନା ମୁତାବକ,ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ଏବଂ ଆଦିବାସୀ ସମ୍ପ୍ରଦାୟ ମୟୂରଭଞ୍ଜ ମିଶନ ନେଟୱାର୍କର ଶହେରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ମିଶି ଦାବି ଉପସ୍ଥାପନା କରିବା ଉଦ୍ଦେଶ୍ୟରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁଙ୍କ ନିକଟରେ ପହଞ୍ଚିଥିଲେ।   ନିଜର ଧର୍ମାବଲମ୍ବୀ ଲୋକଙ୍କ ପାଇଁ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେଠାରେ ଆଲୋଚନା କରିଥିଲେ। ଖାସ କରି ନିଜ ଦାବିପତ୍ରରେ ଆଗକୁ ରିଲିଜ୍ ହେବାକୁ ଥିବା "ସନାତନୀ-କର୍ମ ହିଁ ଧର୍ମ" ଚଳଚ୍ଚିତ୍ରର ଟ୍ରେଲରରେ ଖ୍ରୀଷ୍ଟିଆନ୍ ଧର୍ମ ବିଷୟରେ ବିବାଦୀୟ ସଂଳାପ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଖ୍ରୀଷ୍ଟିଆନ ଧର୍ମ ପାଳକମାନେ ବାଇବେଲ ବଦଳରେ ଆଦିବାସୀଙ୍କ ଜମି ପଟ୍ଟା ନେଉଥିବା ନେଇ ମିଥ୍ୟା ଚିତ୍ରଣ କରାଯାଇଛି । ସେହିପରି ଖ୍ରୀଷ୍ଟିଆନ ଧର୍ମପାଳକମାନେ ପାରାସିଟାମୋଲ ମେଡିସିନକୁ ପାଣିରେ ମିଶ୍ରଣ କରୁଛନ୍ତି । ଏଥିସହ ରୋଗକୁ ଭଲ କରିବା ପାଇଁ ଏହାକୁ ଯୀଶୁଙ୍କ ପାଦରୁ ଜଳ ବୋଲି ଦାବି କରୁଛନ୍ତି ।  ଆଦିବାସୀ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଏବଂ  ଆର୍ଥିକ ସହାୟତାର ଲୋଭ ଦେଖାଇ ସେମାନଙ୍କର ଧର୍ମାନ୍ତିକରଣ କରାଯାଉଛି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। 

ଉକ୍ତ ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ ଏବଂ ଅଭିନେତାମାନେ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି ଏବଂ ଆଦିବାସୀ ତଥା ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଅସ୍ଥିର କରିବା ପାଇଁ ମିଥ୍ୟା ତଥ୍ୟ ପ୍ରଚାର କରିଛନ୍ତି । ଯାହାକି ଖ୍ରୀଷ୍ଟଧର୍ମର ଭାବମୂର୍ତ୍ତିକୁ ଅପବିତ୍ର କରିବାକୁ ଏହା ଏକ ଭିତ୍ତିହୀନ ଅଭିଯୋଗ । ତେଣୁ ଚଳଚ୍ଚିତ୍ର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଉ ଏବଂ ବିଏନଏସର ଧାରା ୨୯୯ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଉକ୍ତ ଦାବି ପତ୍ର ପ୍ରଦାନ ବେଳେ ହୃଦୟ ବାସି ଦଉଡିଆ, ଗିରିଶ ଚନ୍ଦ୍ର ମାର୍ଣ୍ଡୀ, ଦେବଧର ମାଝୀ, ମନ୍ମଥ ହାଁସଦା, ଜାକବ ସୋରେନ, ସିଙ୍ଗରାୟ ବେସ୍ରା, ଶକ୍ତି ସିଂ, ଫକିର ମୋହନ ମାର୍ଣ୍ଡୀ, ସମରାୟ ଟୁଡୁ, ବାସ ହାଁସଦା, ଶାନ୍ତି ସିଂ, ଜସମିନି ସୋରେନ, ଦୁର୍ଗା ମୁର୍ମୁ, ସୁଜାତା ସୋରେନ, ଦୁର୍ଗୀ ମାର୍ଣ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି ବୋଲି ବିଧାୟିକା ସଞ୍ଜଲୀ ମୁର୍ମୁ ପ୍ରକାଶ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.