ଭୁବନେଶ୍ୱର,୧୩/୧୨: ସରିଆସୁଛି ବର୍ଷ । ଆଉ ଦିନ କେଇଟା ପରେ ବଡ଼ଦିନ । ଏଥିପାଇଁ କେବଳ ଖ୍ରୀଷ୍ଟଧର୍ମାବଲମ୍ବୀ ନୁହନ୍ତି, ସମସ୍ତଙ୍କ ମନରେ ଉତ୍ସାହ । ଚର୍ଚ୍ଚଠାରୁ ଆରମ୍ଭ କରି ବିଭିନ୍ନ ଶୋ’ରୁମ୍‌ ସବୁଠି  ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଦୋକାନ  ବଜାର ବି ଖୋଲିଲାଣି । ସିଆରପି ଓ  ବରମୁଣ୍ଡା, ସତ୍ୟନଗର, ୟୁନିଟ୍‌-୧ ସହ  ସହରର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ  ପ୍ରାର୍ଥନା ପାଇଁ ବିଭିନ୍ନ ସାମଗ୍ରୀ, ସାନ୍ତା କ୍ଲଜ୍‌  ପୋଷାକ, ଟୋପି, ମୁଖା, ଖ୍ରୀଷ୍ଟମାସ ଟ୍ରି,  କାର୍ଟୁନ ଓ ଦୋଳିରେ ବସିଥିବା ସାନ୍ତା ଆଦି  ବିକ୍ରି ହେଉଛି । ମନ ପସନ୍ଦର ସାନ୍ତାଙ୍କୁ  ଘରକୁ ଆଣିବାକୁ ଗୋଟିଏ ପରେ ଗୋଟିଏ  ଦୋକାନ ବୁଲୁଛନ୍ତି ଉତ୍ସାହୀ ରାଜଧାନୀବାସୀ । 

ସାନ୍ତାର ଦାମ୍‌ ୫୦ଟଙ୍କାରୁ ଆରମ୍ଭ ।  ବାଉଁଶ, କୁଟା, ନଡ଼ିଆ କତା ଓ କାଠିରେ ଘର  ତିଆରି କରି ବିକ୍ରି କରାଯାଉଛି । ଯେଉଁଥିରେ  ଯୀଶୁଙ୍କ ଜନ୍ମ ସମୟ ସହ ବିଭିନ୍ନ ଘଟଣାବଳୀ  ରହିଛି । ଏହାର ମୂଲ୍ୟ କେଉଁଠି ୩୦୦ ତ  ଆଉ କେଉଁଠି ୫୦୦ରୁ ଆରମ୍ଭ । ଏହି ହାତ  ତିଆରି ଯୀଶୁଙ୍କ ଘରର ଚାହିଦା ବହୁତ  ଅଧିକ । ସେହିପରି ଖ୍ରୀଷ୍ଟମାସ ଟ୍ରି ୫୦ଟଙ୍କାରୁ  ଆରମ୍ଭ । ସେଥିରେ ଲାଇଟ୍‌, ଗିପ୍ଟ ଓ ବେଲ୍‌  ଲଗାଇବା ଲାଗି ଅଲଗା ଦାମ୍‌ ରହିଛି । ଷ୍ଟାର  ୨୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ଟଙ୍କା,  ଲାଇଟିଙ୍ଗ ଷ୍ଟାର ୧୦୦ରୁ ୩ହଜାର ରହିଛି ।  

ବଲ ଓ ବେଲ୍‌ ୨୫ଟଙ୍କାରୁ ଆରମ୍ଭ, ସାନ୍ତା  ଟ୍ରି ୧ଫିଟ୍‌ରୁ ୧୦ ଫିଟ୍‌ ଉଚ୍ଚର ମିଳୁଛି ।  ସେହିପରି ଟେବୁଲ ଟ୍ରି ୧୦ରୁ ୧୪ହଜାର,  ସାନ୍ତା ଡ୍ରେସ ୧୦୦ରୁ ୨୦୦ଟଙ୍କା, ଟୋପି  ୩୦ରୁ ୨୦୦ଟଙ୍କା, ଘର ସଜାଇବା ପାଇଁ  ଝୁମର ୨୫୦ରୁ ଆରମ୍ଭ । ଘର ସାଜସଜ୍ଜା  ପାଇଁ ରେଡ୍‌ ୱାଇନ୍‌ ଜରିମାଳ, ବଲ୍‌ ଷ୍ଟାର  ପରି ବିଭିନ୍ନ ରଙ୍ଗବେରଙ୍ଗ ଜରିମାଳ  (ଟେନିସ୍‌ ହାର) ୫୦ରୁ ୧୨୦ ଟଙ୍କାରେ  ବିକ୍ରି ହେଉଛି । ଗୋଆରୁ କ୍ରିପ୍‌ ସେଟ୍‌, କୋଲକାତା, ଗୋଆ, କେରଳରୁ ଏସବୁ  ସାମଗ୍ରୀ ଅଣାଯାଇଛି । ରିତ୍‌ ୨୦ଟଙ୍କାରୁ  ଆରମ୍ଭ ହୋଇ ୨ହଜାର ଯାଏ ରହିଛି । ଉପହାର ସେଟ୍‌ ମଧ୍ୟ ୧୦୦ରୁ ଆରମ୍ଭ ।