ଭୁବନେଶ୍ବର,୧୮।୧୨ : ଫେବୃଆରୀ ୧୮ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ରାଜ୍ୟର ୧୨୬୮ ପରୀକ୍ଷା କେନ୍ଦ୍ର ରେ ଅନୁଷ୍ଠିତ ହେବ ପରୀକ୍ଷା । ୮ ଟି   ଉପ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏ ନେଇ ସିଏଚଏଇ ପକ୍ଷରୁ  ବିଜ୍ଞପ୍ତି ଜାରି ହୋଇଛି। ୪୮୫   ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ ।

ମାର୍ଚ୍ଚ ୨୭ ଯାଏ ଚାଲିବ ଯୁକ୍ତ ଦୁଇ ପରୀକ୍ଷା।   ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ଶେଷ ହେବ।  ଏ ନେଇ ଉଚ୍ଚ ମାଧ୍ୟମିକ  ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ରେଗୁରାଲ ଓ ଏକ୍ସ ରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ସୂଚୀ  ପୂର୍ବରୁ ପ୍ରକାଶ ପାଇଛି। 

୧୮ରୁ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ  ଆରମ୍ଭ ହେବ। ଜାନୁୟାରୀ ୨ରୁ ୧୨ ଯାଏଁ  ପ୍ରାକ୍ଟିକାଲ  ପରୀକ୍ଷା ହେବ। ବିଜ୍ଞାନ ବିଭାଗ ପରୀକ୍ଷାର ପ୍ରଥମ ଦିନ ୧୮ ତାରିଖରେ ସାହିତ୍ୟ ପରୀକ୍ଷା ହେବ।  ସେହିପରି ୧୯ରେ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ସାହିତ୍ୟ ପରୀକ୍ଷା  କରାଯିବ।