ଭୁବନେଶ୍ୱର,୦୩/୦୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶ୍ନପତ୍ର ସୁରକ୍ଷିତ ପହଞ୍ଚିବାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର ନିରୀକ୍ଷକ, ଉପ ନିରୀକ୍ଷକ ନିଯୁକ୍ତି ଯାଏ କିଭଳି ଠିକ୍ ସମୟରେ ହେବ ତାକୁ ନେଇ ସିଏଚ୍ଏସ୍ଇ ପ୍ରସ୍ତୁତି ଆରମ୍ଭ କରିଛି । ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ର ନିରୀକ୍ଷକ, ଉପ ନିରୀକ୍ଷକ, ପରୀକ୍ଷା ପରିଚାଳନା ହବ୍କୁ ଚିଠି ଲେଖାଯାଇଛି ।
ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର ରଖିବା ପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) କରାଯାଇଛି । ଆସନ୍ତା ୧୨ ତାରିଖରୁ ୧୪ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୪ ତାରିଖରୁ ୬ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ହବ୍ରେ ପହଞ୍ଚିବ । ହବ୍ ସୁପରଭାଇଜର ଓ ଡେପୁଟି ସୁପରଭାଇଜଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।
ସିଏଚ୍ଏସ୍ଇର ଗାଇଡଲାଇନ ଅନୁଯାୟୀ, ୫୦୦ ମଧ୍ୟରେ ପରୀକ୍ଷାର୍ଥୀ ଥିବା କେନ୍ଦ୍ର ପାଇଁ ଜଣେ, ୧୦୦୦ ଭିତରେ ପରୀକ୍ଷାର୍ଥୀ ଥିଲେ ୨ ଜଣ । ୧୨୫୦ ପରୀକ୍ଷାର୍ଥୀ ଥିବା କେନ୍ଦ୍ର ପାଇଁ ୩ଜଣ, ୧୫୦୦ ଭିତରେ ଥିଲେ ୪ ଓ ୨୦୦୦ରୁ ଅଧିକ ଥିଲେ ୬ଜଣଙ୍କୁ ନିଯୁକ୍ତି ଦିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିଆଯାଇଥିବା ଉତ୍ତର ଖାତାରେ ୩୨ଟି ସିଟ୍ ରହିବ ବୋଲି ମଧ୍ୟ କୁହାଯାଇଛି ।
ଆହୁରି ପଢ଼ନ୍ତୁ :- ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାର ଶୁଭାରମ୍ଭ; ୨୦୧ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଗଲା ସହୟତା ରାଶି