ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଭାରତରେ ସିଣ୍ଡି ରୋଡ୍ରିଗେଜଙ୍କୁ ଗିରଫ କଲା ଏଫବିଆଇ,୬ବର୍ଷର ପୁଅକୁ କରିଥିଲା ହତ୍ୟା

Published By : Anindita Ratha | August 21, 2025 8:45 AM

ନୂଆଦିଲ୍ଲୀ,୨୧/୦୮: ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇକୁ ବଡ଼ ସଫଳତା ।  ୧୦ ଜଣ ମୋଷ୍ଟ ୱାଣ୍ଟେଡ୍ ପଳାତକ ତାଲିକାରେ ଥିବା ମହିଳା ସିଣ୍ଡି ରୋଡ୍ରିଗେଜ୍ ସିଂହକୁ ଭାରତରେ ଗିରଫ କଲା ଏଫବିଆଇର । ଭାରତୀୟ ପୁଲିସ ସହିତ ମିଶି ସିଣ୍ଡି ରୋଡ୍ରିଗେଜ୍କୁ ଗିରଫ କରିଛି ଏଫବିଆଇ। ତେବେ ସିଣ୍ଡି ରୋଡ୍ରିଗେଜ୍ ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଅଫରାଧୀ ମଧ୍ୟରୁ ଜଣେ ।  ତାଙ୍କ ଉପରେ ନିଜ ୬ ବର୍ଷର ପୁଅକୁ ହତ୍ୟା କରିବାର ଅଭିଯୋଗ ଥିଲା। ରୋଡ୍ରିଗେଜ୍‌ଙ୍କୁ ଗିରଫ କରି ଆମେରିକା ଫେରାଇ ନିଆଯାଇଛି। ତାଙ୍କୁ ଟେକ୍ସାସ ପୁଲିସକୁ ହସ୍ତାନ୍ତର କରିବ  ଏଫବିଆଇ। ଟେକ୍ସାସରେ ହିଁ ସିଣ୍ଡିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। 

ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ କହିଛନ୍ତି ଯେ, ଏଫବିଆଇ ଆମେରିକାର ଶ୍ରେଷ୍ଠ ୧୦ ପଳାତକ ଅପରାଧୀଙ୍କ ମଧ୍ୟରୁ ଜଣେ ସିଣ୍ଡି ରୋଡ୍ରିଗ୍ୱେଜ୍ ସିଂହଙ୍କୁ ଗିରଫ କରିଛି। ସିଣ୍ଡି ତାଙ୍କ ପୁଅର ହତ୍ୟା ପାଇଁ ଖୋଜାଯାଉଥିଲା। କାଶ ପଟେଲ କହିଛନ୍ତି ଯେ, ମାର୍ଚ୍ଚ ୨୦୨୩ ରେ, ଟେକ୍ସାସର ଏଭରମ୍ୟାନର ପୁଲିସ ସିଣ୍ଡିଙ୍କ ପୁଅକୁ ଖୋଜିବା ଆରମ୍ଭ କରିଥିଲା। ସିଣ୍ଡି ତାଙ୍କ ପୁଅ ବିଷୟରେ ପୁଲିସକୁ ମିଛ କହିଥିଲେ ଏବଂ ପୁଲିସକୁ ଭ୍ରମିତ କରିଥିଲେ। ପୁଲିସ ପଚରାଉଚରା ପରେ ସିଣ୍ଡି ଆମେରିକାରୁ ପଳାଇ ଭାରତରେ ପହଞ୍ଚିଥିଲେ। 

ଅକ୍ଟୋବର ୨୦୨୩ରେ,ସିଣ୍ଡିଙ୍କ ବିରୁଦ୍ଧରେ ତାଙ୍କ ପୁଅର ହତ୍ୟା ମାମଲା ରୁଜୁ ହୋଇଥିଲା। ସେହି ବର୍ଷ ନଭେମ୍ବରରେ, ପୁଲିସ ସିଣ୍ଡିଙ୍କ ଗିରଫଦାରୀ ପାଇଁ ୱାରେଣ୍ଟ ଜାରି କରିଥିଲା। କାଶ ପଟେଲ କହିଛନ୍ତି ଯେ ଗତ ୭ମାସରେ, ଏଫବିଆଇ ଶ୍ରେଷ୍ଠ ୧୦ ପଳାତକଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗିରଫ କରିଛି।  ଭାରତୀୟ ପୁଲିସ ଏବଂ ପ୍ରଶାସନକୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଦେଇଛନ୍ତି କାଶ ପଟେଲ। ସିଣ୍ଡି ରୋଡ୍ରିଗେଜଙ୍କ ଉପରେ ୫ ହଜାର ଡଲାର ପୁରସ୍କାର ଘୋଷଣା କରାଯାଇଥିଲା। ତେବେ ସିଣ୍ଡି ରୋଡ୍ରିଗେଜ ମେକ୍ସିକାନ୍ ଏବଂ ଭାରତୀୟ ବଂଶୋଦ୍ଭବ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.