ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ତଟ ସୁରକ୍ଷା ବାର୍ତ୍ତା ନେଇ ଗୋପାଳପୁରରେ ପହଞ୍ଚିଲା ସିଆଇଏସଏଫ୍ ସାଇକ୍ଲୋଥନ

Published By : Prameya | March 15, 2025 11:04 PM

ଗୋପାଳପୁର ୧୫/୩ ; ତଟ ସୁରକ୍ଷାର ବାର୍ତ୍ତା ନେଇ  ଦୀର୍ଘ ୬ ହଜାର ୫୫୩ କିଲୋମିଟରର ସାଇକେଲ ଶୋଭାଯାତ୍ରାର ଉଦ୍ଦେଶ୍ୟ ନେଇ କଲିକତାରୁ ବାହାରିଥିବା ସିଆଇଏସଏଫ ଯବାନ ଶନିବାର ଗୋପାଳପୁରରେ ପହଞ୍ଚିଥିଲେ। ଏହି ଦଳକୁ ସ୍ବାଗତ ଜଣାଇବା ପାଇଁ ବିଭାଗ ପକ୍ଷରୁ ଏକ କାର୍ଯ୍ୟକମ ଆୟୋଜିତ କରାଯାଇଥିଲା। ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଯବାନମାନଙ୍କୁ ସ୍ବାଗତ ଜଣାଇ ଥିଲେ। ରାଷ୍ଟ୍ରର ତଟୀୟ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟରେ ଭାରତୀୟ ଯବାନମାନଙ୍କ ସାଇକେଲ ଚାଳନା ଦେଶବାସୀ ଙ୍କୁ ସୁରକ୍ଷା ଦେବା ପାଇଁ ବଦ୍ଧ ପରିକର ରହିଥିବାର ବାର୍ତ୍ତା ପହଞ୍ଚାଇ ପାରିଥିବା ମତପୋଷଣ ସହ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ। 

ସିଆଇଏସଏଫର ୫୬ ତମ ପ୍ରତିଷ୍ଠା ଦିବସ ଅବସରରେ ଗତ ମାର୍ଚ୍ଚ ମାସ ୭ ତାରିଖରେ ଏହି ସାଇକେଲ ଶୋଭଯାତ୍ରାର ଶୁଭାରମ୍ଭ କରିଥିଲେ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ଦୁଇଟି ଟିମରେ ବିଭକ୍ତ ହୋଇଥିବା ବେଳେ ଗୋଟିଏ ଟିମ ଗୁଜୁରାଟରୁ ବାହାରିଥିବା ବେଳେ ଅନ୍ୟ ଏକ ଟିମ୍‌ କଲିକତାରୁ ବାହାରିଥିଲା । କଲିକତାରୁ ବାହାରିଥିବା ଟିମ୍‌ ଶନିବାର ଗୋପାଳପୁରରେ ପହଞ୍ଚିଥିଲା । ଗୋପାଳପୁରେ ପହଞ୍ଚିବା ପରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଏସପି ଡ଼ା.ସ୍ରବଣା ବିବେକ ଏମ, ଅର୍ଜୁନ ଆଓ୍ବାଡ଼ି ଭାରୋତ୍ତଳକ କେ.ରବି କୁମାର ଓ ବ୍ରହ୍ମପୁର ଫିଜିକାଲ ଏକାଡ଼େମୀର ମୁଖ୍ୟ ସୀମାଞ୍ଚଳ ବାରିକ ଯୋଗ ଦେଇଥିଲେ । 

ଗୋପାଳପୁରରୁ ପୁଣି ଏହି ଦଳ କନ୍ୟାକୁମାରୀ ପର୍ଯ୍ୟନ୍ତ ସାଇକେଲ ଶୋଭଯାତ୍ରାର ଶୁଭାରମ୍ଭ କରିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ।ଏହି ଅବସରରେ ନିଜେ ମନ୍ତ୍ରୀ ବିଭୂତି ଜେନା ଗୋପାଳପୁର ରୁ ଡୁରା ଛକ ପର୍ଯ୍ୟନ୍ତ ସାଇକେଲ ଚଳାଇ ଯବାନ ମାନଙ୍କ ମନୋବଳ ବଢାଇଥିଲେ।ମନ୍ତ୍ରୀଙ୍କ ସହ ଏସପି ମଧ୍ୟ ସାଇକେଲ ଚଳାଇ କିଛି ଦୂର ରାସ୍ତା ଯାତ୍ରା କରିଥିଲେ । ଏହି ଦୁଇଟି ଟିମ ଗତ ମାର୍ଚ୍ଚ ମାସ ୭ ତାରିଖରୁ ବାହାରିଥିବା ବେଳେ ୨୫ ଦିନ ମଧ୍ୟରେ ନିଜର ଯାତ୍ରା ତଥା ୬୫୫୩ କିଲୋମିଟର ଯାତ୍ରା ଅତିକ୍ରମ କରିବ । ପ୍ରତିଦିନ ଏହି ଟିମ୍‌ ୧୨୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚଳାଇ ଯାତ୍ରା କରିବେ । ବିଶେଷ କରି ତଟ ସୁରକ୍ଷା ସହ ଦେଶ ସେବାରେ ସମସ୍ତେ ବ୍ରତୀ ହେବାର ବାର୍ତ୍ତା ନେଇ ବାହାରିଛି ଏହି ସାଇକେଲ ଶୋଭାଯାତ୍ରା । ଏହି ଅବସରରେ ସିଆଇଏସଏଫର ବହୁ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.