ପ୍ରମୂଖ ଖବର
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଥମିଲା ଆନ୍ଦୋଳନ; ୧୫ ଦିନ ପରେ କାର୍ଯ୍ୟକୁ ଫେରିବେ ରାଜସ୍ୱ ଅମଲା କର୍ମଚାରୀ

Published By : Manoj | August 26, 2025 10:31 AM

ଭୁବନେଶ୍ୱର,୨୬/୦୮ : ଥମିଲା ଅମଲା ଆନ୍ଦୋଳନ । ୧୫ ଦିନ ପରେ ରାଜସ୍ୱ ଅମଲାଙ୍କ ଆନ୍ଦୋଳନ ସ୍ଥଗିତ । ଏନେଇ ଅମଲା ସଂଘ ସଭାପତି ତ୍ରିପତି ବାଳାଜୀ ସାହୁ ସୂଚନା ଦେଇଛନ୍ତି। ସରକାରଙ୍କ ଠାରୁ ପ୍ରତିଶ୍ରୁତି ପରେ ଅମଲାମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ସଂଘ ଏହି ନିଷ୍ପତ୍ତି ନେଇଛି । ଆଜିଠୁ କାର୍ଯ୍ୟରେ ଯୋଗଦେବେ ରାଜସ୍ୱ ବିଭାଗର ଅମଲ ମାନେ ।

ସୂଚନା ଅନୁଯାୟୀ ଦୀର୍ଘ ୧୪  ଦିନ ହେଲା ରାଜସ୍ୱ ଅମଲା କର୍ମଚାରୀମାନେ ଆନ୍ଦୋଳନ ବସିଥିଲେ । ଫଳରେ ରାଜସ୍ୱ କାର୍ଯ୍ୟାଳୟରେ ଅଚଳାବସ୍ଥା  ଜାରି ଥିଲା । ବାରମ୍ବାର ଅନୁରୋଧ ପରେ ନାଲି ଆଖି ଦେଖାଇଥିଲେ ସରକାର । କାମ ଛାଡ଼ି ଆନ୍ଦୋଳନରେ ମାତିଥିବା ରାଜସ୍ୱ ଅମଲା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଛି । ସେ ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ କୁହାଯାଇଛି । ଏନେଇ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା। ଜିଦ୍ ଛାଡ଼ି ରାଜସ୍ୱ କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଥିଲା।

ସେହିଭଳି ରାଜସ୍ୱ ଅମଲା କର୍ମଚାରୀ କାମ ଛାଡ଼ି ଆନ୍ଦୋଳନରେ ବସିବାରୁ ସାଧାରଣ ଲୋକେ ହଇରାଣ ହରକତ ହେଉଥିଲେ । ଅଫିସ୍ କାମ ଛାଡ଼ି ଲୋକଙ୍କୁ ସେବା ନ ଯୋଗାଇ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଦାବି ହୋଇଆସୁଥିଲା। ତେବେ ରାଜ୍ୟ ସରକାରଙ୍କ ସହ ଅମଲା ସଂଘ ଆଲୋଚନ ପରେ ସମାଧାନର ବାଟ ବାହାରିଛି । ରାଜସ୍ବ କର୍ମଚାରୀଙ୍କ ଦାବି ପୂରଣ କରିବାକୁ ସରକାରଙ୍କ ପ୍ରତିଶ୍ରୁତି ଦେଇଛନ୍ତି । ଫଳରେ ଜିଦ୍ ଛାଡ଼ି ୧୫ ଦିନ ପ‌ରେ କାର୍ଯ୍ୟ ଯୋଗ ଦେବାକୁ ନିଷ୍ପତ୍ତି ହୋଇଛି । ଏନେଇ ଅମଲା ସଂଘ ସଭାପତି ତ୍ରିପତି ବାଳାଜୀ ସାହୁ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.