ନୂଆଦିଲ୍ଲୀ,୧୫/୦୭: ନିକଟରେ ତେଲଙ୍ଗାନା ଗସ୍ତରେ ଯାଇ ସଂକ୍ରମିତ ହୋଇ ଦିଲ୍ଲୀ ଫେରିବା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର ଗଭଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ତାଙ୍କର ସଂକ୍ରମଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା କାରଣରୁ ସେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରିନାହାନ୍ତି । ତେବେ ୨-୩ ଦିନରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କର ନିକଟତମ ସୂତ୍ରରୁ ଜଣାପଡିଛି ।
ସୂଚନାଯୋଗ୍ୟ ଯେ ପ୍ରଧାନ ବିଚାରପତି ଗତ ୧୨ ତାରିଖରେ ସରକାରୀ ଗସ୍ତରେ ତେଲଙ୍ଗାନା ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।