ନୂଆଦିଲ୍ଲୀ,୧୫/୦୭:  ନିକଟରେ ତେଲଙ୍ଗାନା ଗସ୍ତରେ ଯାଇ  ସଂକ୍ରମିତ ହୋଇ ଦିଲ୍ଲୀ ଫେରିବା ପରେ  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର ଗଭଇ ହସ୍ପିଟାଲରେ ଭର୍ତ୍ତି  ହୋଇଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା  ଚାଲିଛି ଏବଂ ସେ ଧିରେ ଧିରେ ସୁସ୍ଥ  ହେଉଛନ୍ତି । ତାଙ୍କର ସଂକ୍ରମଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ହସ୍ପିଟାଲରେ  ଚିକିତ୍ସିତ ହେଉଥିବା କାରଣରୁ ସେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରିନାହାନ୍ତି । ତେବେ ୨-୩ ଦିନରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି  ତାଙ୍କର ନିକଟତମ ସୂତ୍ରରୁ ଜଣାପଡିଛି ।  

ସୂଚନାଯୋଗ୍ୟ ଯେ ପ୍ରଧାନ ବିଚାରପତି  ଗତ ୧୨ ତାରିଖରେ ସରକାରୀ ଗସ୍ତରେ  ତେଲଙ୍ଗାନା ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ  ସାମିଲ ହୋଇଥିଲେ ।