ନୂଆଦିଲ୍ଲୀ,୨୩।୨: ସୋମବାର ଏକ ଶୁଣାଣି ସମୟରେ ଜଣେ ଓକିଲଙ୍କ ମନ୍ତବ୍ୟରେ ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏତେ ରାଗିଗଲେ ଯେ, ସେ ତାଙ୍କୁ ପ୍ରାୟ କଡା ଭର୍ତ୍ସନା କରିଥିଲେ। ଏହା ସହ ତାଙ୍କୁ ଚେତାବନୀ ଦେଲେ ଯେ ତାଙ୍କ କୋର୍ଟରେ ଏପରି ଖରାପ ଆଚରଣକୁ ବରଦାସ୍ତ କରାଯିବ ନାହିଁ। ଯଦି ଏପରି ଆଚରଣ ଜାରି ରହେ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ରହିଛି ଯେ,ଏହାର କାରଣ ହେଉଛି ଓକିଲଙ୍କ ପକ୍ଷରୁ ଆଗତ କରାଯାଇଥିବା ଦଲିଲ୍,ଯେଉଁଥିରେ ସେ କୋର୍ଟଙ୍କ ଉପରେ ଶୁଣାଣି ନକରିବାର ଅଭିଯୋଗ କରିଥିଲେ। ସ୍ଥିତି ଏପରି ହୋଇଯାଇଥିଲା ଯେ,ସିଜେଆଇ ନିଜେ ଓକିଲଙ୍କୁ କଡା ଚେତାବନୀ ଦେଇଥିଲେ। ବରିଷ୍ଠ ଓକିଲ ମାଥ୍ୟୁସ୍ ନେଦୁମ୍ପାରା ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଏବଂ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ (NJAC) ର ପୁନଃସ୍ଥାପନ ପାଇଁ ଏକ ଆବେଦନ ଉଠାଇବାକୁ ଚେଷ୍ଟା କରିଥିଲେ। ସିଜେଆଇ ସ୍ପଷ୍ଟ କରିଥିଲେ ଯେ ଏପରି କୌଣସି ଆବେଦନ ରେଜିଷ୍ଟ୍ରି ସମ୍ମୁଖରେ ତାଲିକାଭୁକ୍ତ ହୋଇନାହିଁ।
ଘଟଣା ସୋମବାରର। ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ସେତେବେଳେ ଆଇନଜୀବି ମାଥ୍ୟୁଜ ନେଦୁପ୍ପାରାଙ୍କ କଥାରେ ସିଜେଆଇ ଆପତ୍ତି ପ୍ରକାଶ କରିଥିଲେ ଲାଇଭ ଲ’ ଅନୁସାରେ,ଆଡଭୋକେଟ୍ ନେଦୁମ୍ପାରା କହିଥିଲେ,ଆଦାନୀ ଓ ଅମ୍ବାନୀଙ୍କ ପାଇଁ ବେଞ୍ଚ ଗଠନ କରାଯାଉଛି। କିନ୍ତୁ ସାଧାରଣ ଲୋକଙ୍କ ସହ ଜଡିତ ପ୍ରସଙ୍ଗଗୁଡ଼ିକ ଶୁଣାଯାଉ ଯାଉନି। ଏହି ମନ୍ତବ୍ୟ ସିଜେଆଇଙ୍କ ଖଣ୍ଡପୀଠକୁ ଅସନ୍ତୁଷ୍ଟ କରିଥିଲା। ସିଜେଆଇ ତାଙ୍କୁ ଜୋରଦାର ଭର୍ତ୍ସନା କରିବା ସହ ଚେତାବନୀ ଦେଇଛନ୍ତି।
ସିଜେଆଇ ସୂର୍ଯ୍ୟକାନ୍ତ କଠୋର ଭାବରେ କହିଥିଲେ, ମିଷ୍ଟର ନେଦୁମ୍ପାରା, ମୋ କୋର୍ଟରେ କଥା କହିବା ସମୟରେ ସତର୍କ ରୁହନ୍ତୁ। ଆପଣ ମୋତେ ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଦେଖିଛନ୍ତି... ମୁଁ ଆପଣଙ୍କୁ ଚେତାବନୀ ଦେଉଛି। ଅନ୍ୟ ବେଞ୍ଚରେ ଯେପରି ଆପଣ କରନ୍ତି, ସେହିପରି ଆପଣ ଏଠାରେ ଖରାପ ଆଚରଣ କରିପାରିବେନି। ଏହି ଘଟଣା ଏପରି ଏକ ସମୟରେ ଆସିଛି ଯେତେବେଳେ ନେଦୁମ୍ପାରା ପୂର୍ବରୁ କଲେଜିୟମ୍ ସିଷ୍ଟମକୁ ଚ୍ୟାଲେଞ୍ଜ କରି ପିଟିସନ୍ ଦାଖଲ କରିବାକୁ ଚେଷ୍ଟା କରିଥିଲେ। ୨୦୨୪ ରେ, ସୁପ୍ରିମକୋର୍ଟ ରେଜିଷ୍ଟ୍ରି ତାଙ୍କର ନୂତନ ରିଟ୍ ପିଟିସନ୍ ଗ୍ରହଣ କରିବାକୁ ମନା କରିଦେଇଥିଲେ, କହିଥିଲେ ଯେ ୨୦୧୫ ର ଏକ ରାୟରେ ଏହି ସମସ୍ୟାର ସମାଧାନ ହୋଇ ସାରିଛି।
ଆହୁରି ପଢନ୍ତୁ :ସଙ୍ଗୀନ ଅଭିଯୋଗ ପରେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ବୟାନ, କହିଲେ "ପ୍ରମାଣ ଅଛି ତ ଦେଖାଅ, ମୁଁ ଧର୍ମ ପଥରେ ଅଟଳ"