ନୂଆଦିଲ୍ଲୀ,୨୮।୨: ଭାରତର ପ୍ରଧାନ ବିଚାରପତି(ସିଜେଆଇ)ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦେଇଛନ୍ତି ଏକ ଭିନ୍ନ ଟିପ୍ପଣୀ। ସିଜେଆଇ କହିଛନ୍ତି,ଉଚ୍ଚ ପଦରେ ବସି ସୁପ୍ରିମକୋର୍ଟ ଅନେକ ସମୟରେ ଭାରତର ସାମାଜିକ ବାସ୍ତବିକତାକୁ ଅଣଦେଖା କରନ୍ତି। ଏପିରିକି ସାମାଜିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଭଳି ରାୟ ମଧ୍ୟ ଦେଇଥାନ୍ତି। ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଆତ୍ମନିରୀକ୍ଷଣ ଭଳି ରହିଛି।

ପୁଲିସକୁ ଏଫ୍ଆଇଆର ପୂର୍ବରୁ ମାମଲାର ତଦନ୍ତ ପାଇଁ ଅନୁମତି

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ଭାରତୀୟ ନ୍ୟାୟ ସଂହିତା(ବିଏନ୍ଏସ୍)ରେ ଦେଶଦ୍ରୋହ ନିମୟ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସଏସ୍)ରେ ପୁଲିସକୁ ଏଫ୍ଆଇଆର ରୁଜୁ କରିବା ପୂର୍ବରୁ ତଦନ୍ତ କରିବାର ଅନୁମତି ଦେଉଥିବା ବ୍ୟବସ୍ଥାର ବୈଧତାକୁ ଚ୍ୟାଲେଞ୍ଜ ଦେବା ଭଳି ବହୁ ଆବେଦନ ଉପରେ ଶୁଣାଣି କରିଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠରେ ଏହାର ଶୁଣାଣି କରାଯାଇଛି। ବରିଷ୍ଠ ଆଇନଜୀବି ମେନକା ଗୁରୁସ୍ବାମୀ କହିଛନ୍ତି,ପୁଲିସକୁ ଏଫ୍ଆଇଆର ରୁଜୁ କରିବା ପୂର୍ବରୁ ପ୍ରାରମ୍ଭିକ ଯାଞ୍ଚ କରିବାକୁ ଅନୁମତି ଦେବା ସୁପ୍ରିମକୋର୍ଟଙ୍କ ୨୦୧୪ର ଲଳିତା କୁମାରୀଙ୍କ ରାୟକୁ ଉଲଂଘନ କରିବା। ସିଜେଆଇ ଏହି ଟିପ୍ପଣୀ ୨୦୧୩ର ଲଳିତା କୁମାରୀ ବାନାମ ଉତ୍ତର ପ୍ରଦେଶ ସରକାରଙ୍କ ସହ ଜଡିତ ଆଜାଦ ସିଂହ କଟାରିୟା ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ମାମଲାରେ କରିଛନ୍ତି।

କେବେ କେବେ ଉଚ୍ଚ ପଦରେ ବସି ରାୟ ଶୁଣାଯାଏ

ଲାଇଭ ଲ’ର ଏକ ରିପୋର୍ଟ ଅନୁସାରେ, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଲଳିତା କୁମାରୀଙ୍କ ରାୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି,କେବେ କେବେ ଉଚ୍ଚ ପଦରେ ବସି ରାୟ ଶୁଣାଯାଏ। କ’ଣ ଆପଣ ଦେଖିଛନ୍ତି ସେହି ରାୟରୁ କି ପ୍ରକାର ମାମଲା ଆରମ୍ଭ ହୋଇଛି ? ଗମ୍ଭୀର ଅପରାଧାର ଖୁଲାସା ହେବାମାତ୍ରେ ଏଫ୍ଆଇଆର ରୁଜୁ କରିବା ବାଧ୍ୟତାମୂଳକ ହୋଇଯାଇଥାଏ। ଏହି ଦେଶରେ ସେହି ରାୟକୁ କେତେ ଦୂରୁପଯୋଗ ହୋଇଛି ? ବାରମ୍ବାର କୋର୍ଟଙ୍କର ଦୁରୁପଯୋଗ ହୁଏ। ସବୁ ଅସାମାଜିକ ଲୋକ ଏହାର ଦୁରୁପଯୋଗ କରନ୍ତି। ଆମ ସମାଜର ସ୍ଥିତି, ବାସ୍ତବିକତା ଓ ଗ୍ରାମୀଣ ଲୋକଙ୍କ ବିଷୟରେ କିଛି ନଜାଣି ଲୋକଙ୍କ ଜୀବନକୁ ନବୁଝି ଅଧିକାର ନାଁରେ ରାୟ ଶୁଣାଯାଏ, ଯାହାଦ୍ବାରା ଦେଶ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।’

ସୁପ୍ରିମକୋର୍ଟ ଲଲିତା କୁମାରୀଙ୍କ ରାୟକୁ ନେଇ କ’ଣ କହିଲେ?

୨୦୧୪ର ସେହି ରାୟରେ ସୁପ୍ରିମକୋର୍ଟ କହିଥିଲେ ଅଭିଯୋଗରେ ଗମ୍ଭୀର ଅପରାଧର ଖୁଲାସା ଯଦି ହୁଏ ତେବେ ପୁଲିସକୁ ତୁରନ୍ତ ଏଫଆଇଆର ରୁଜୁ କରିବା ଦରକାର। କିନ୍ତୁ ସୀମିତ ମାମଲାରେ ପ୍ରାଥମିକ ତଦନ୍ତ କରିହେବ।

​​​​​​​

ନୂଆ ଆଇନକୁ କିଛି ସମୟ ଦେବା ଉଚିତ: ସିଜେଆଇ

ପ୍ରଧାନ ବିଚାରପତି କହିଛନ୍ତି କୌଣସି ନୂଆ ଆଇନର ବ୍ୟବସ୍ଥାକୁ ବୈଧତାର ପରୀକ୍ଷଣ କରିବା ପାଇଁ, ଏହାର କାମକୁ ଦେଖିବା ପାଇଁ କିଛି ବର୍ଷ ଅପେକ୍ଷା କରିବା ଦରକାର। କୌଣସି ତ୍ରୁଟି ଥିଲେ ତାକୁ ଚ୍ୟାଲେଞ୍ଜ କରିହେବ।

ପୁଲିସ ତଦନ୍ତ କରିବନି ତ ଆଉ କିଏ କରିବ ?

ବରିଷ୍ଠ ଆଇନଜୀବି ମେନକା ଗୁରୁସ୍ବାମୀ କହିଛନ୍ତି,ଏଫ୍ଆଇଆର ରୁଜୁ କରିବା ସମୟରେ ପୁଲିସ ନିକଟରେ ଅଭିଯୋଗର ସତ୍ୟତା ନିର୍ଦ୍ଧାରିତ କରିବାର ଅଧିକାର କିଭଳି ହୋଇପାରିବ ? ଖଣ୍ଡପୀଠ କହିଛନ୍ତି, ଯଦି ପୁଲିସ ଏଫଆଇଆର ପୂର୍ବରୁ ଅଭିଯୋଗର ସତ୍ୟତା ଯାଞ୍ଚ ନକରିବ ତେବେ ଏ କାମ କିଏ କରିବ ?ଜଷ୍ଟିସ୍ ଜୟମାଲ ବାଗଚୀ କହିଛନ୍ତି,ଲଳିତା କୁମାରୀଙ୍କ ରାୟ ଅନୁସାରେ,ବୈବାହିକ ବିବାଦ ସହିତ ବହୁ ଶ୍ରେଣୀର ମାମଲା ପୁଲିସକୁ ପ୍ରାରମ୍ଭିକ ଯାଞ୍ଚର ଅଧିକାର ଦେଇଛି। ବିଧାୟକମାନେ ଏହି ଅପରାଧ ପାଇଁ ନିର୍ଦ୍ଧାରିତ ଦଣ୍ଡ ପରିମାଣ ସମ୍ପର୍କରେ ଆଇନରେ ଏହି ଦିଗକୁ ପ୍ରତିଫଳିତ କରିଛନ୍ତି। ଏଭଳି ପ୍ରାବଧାନ ଲଳିତା କୁମାରୀଙ୍କ ରାୟର ବିପରୀତ ହୋଇପାରିବନି। ଗୁରୁସ୍ୱାମୀ ଯୁକ୍ତି ଦେଇଥିଲେ ଯେ ଦେଶଦ୍ରୋହ ଧାରା BNSରେ ଅନ୍ତର୍ଭୁକ୍ତ ହୋଇଥିଲା ଯଦିଓ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହା ନକରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଖଣ୍ଡପୀଠ କହିଛନ୍ତି, ‘କେନ୍ଦ୍ର ସରକାର ଏପରି ପ୍ରତିଶ୍ରୁତି ଦେଇପାରନ୍ତି, କିନ୍ତୁ ସଂସଦ ଏହାକୁ ନେଇ ବାଧ୍ୟ ନୁହେଁ।’

ଆହୁରି ପଢନ୍ତୁ :ମାର୍ଚ୍ଚ ପହିଲାରୁ ବଦଳିପାରେ ଏହି ସବୁ ନିୟମ,ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ ପ୍ରଭାବ