ନୀଳଗିରି,୩/୧୨ : ସାମ୍ନାକୁ ଆସିଲା ଛାତି ଥରେଇବା ଭଳି ଘଟଣା । ଆଶ୍ରମ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କୁ ଗୋଡ଼ରେ ବେଡ଼ି ପକାଯାଇ ରଖାଯାଇଛି । ଚେନରେ ବାନ୍ଧି ସ୍କୁଲ କର୍ତ୍ତୃପକ୍ଷ ରଖିବାର ଭିଡିଓ ଫୁଟେଜ କରି ସାଂସଦ ଓ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ପଠାଇଛନ୍ତି ।
ଏଭଳି ଭିଡ଼ିଓ ଫୁଟେଜ ଭାଇରାଲ ପରେ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନୀଳଗିରି ବେଗୁନିଆ ଅଞ୍ଚଳରେ ଥିବା ଏକ ଆଶ୍ରମ ବିଦ୍ୟାଳୟରେ ଏଭଳି ହୋଇଥିବା ସୂଚନା ମିଳିଛି । ବିଦ୍ୟାଳୟର ହେଡମାଷ୍ଟର ତାର ବାପା ଏହା ପକାଇଥିବା କହୁଥିବାବେଳେ ପିଲାଟି ଆଟେଣ୍ଡାଣ୍ଟ ପକାଇଥିବା କହିଛି । ପିଲାଟିର ଘର ବେଗୁନିଆ ପଞ୍ଚାୟତ କମାରଖାଲିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ଜିଲ୍ଲାପାଳଙ୍କୁ ଏଭଳି ଘଟଣାର ତଦନ୍ତ ନିର୍ଦେଶ ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ ।