ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସୋଆ ଆଇଏଏସ୍‌ ପକ୍ଷରୁ ମାର୍ଗଶିରର ମହକ କାର୍ଯ୍ୟକ୍ରମ ଉଦ୍‌ଯାପିତ

Published By : Ladu Kishor | December 13, 2024 8:57 PM

ଭୁବନେଶ୍ୱର,୧୩/୧୨: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନସେସ୍‌ (ଆଇଏଏସ୍‌) ସାମାଜିକ ଓ ସାଂସ୍କୃତିକ ଶାଖା ‘ କ୍ରିଏଟିଭୋ’ ପକ୍ଷରୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବାସ୍ନା ସମ୍ମିଳିତ ଅଭିନବ କାର୍ଯ୍ୟକ୍ରମ ‘ମାର୍ଗଶିରର ମହକ’ର ଦ୍ୱିତୀୟ ଭାଗ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି ।

ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତି ଗୀତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ସଂସ୍କୃତି, ପରମ୍ଫରାକୁ ବଜାଇ ରଖିବା ନେଇ କ୍ରିଏଟିଭୋର ଏହା ଏକ ଅନନ୍ୟ ପ୍ରୟାସ ବୋଲି ସେ କହିଥିଲେ । 

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଂଜନ ଦାସ, ସୋଆ ପ୍ରାଣୀବିଜ୍ଞାନ ମହାବିଦ୍ୟାଳୟର ସହଯୋଗୀ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାଶ ଓ ସୋଆ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ଯୋଗ ଦେଇ କ୍ରିଏଟିଭୋର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଓଡିଶାର ସଂସ୍କୃତି, ପରମ୍ଫରାକୁ ରକ୍ଷା ଦିଗରେ କ୍ରିଏଟିଭୋର ଏଭଳି ଅବଦାନ ନିଶ୍ଚୟ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ।

ଏହି ଅବସରରେ ଶ୍ରୀମତି ଦାଶଙ୍କୁ ମାର୍ଗଶିରର ମହକ-୨୦୨୪ରେ ଚଳିତ ବର୍ଷର “ମାର୍ଗଶିରର ମହକ ସମ୍ମାନ”ରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ଶ୍ରୀମତି ଗୀତା ଦାଶଙ୍କ କଣ୍ଠ ନିସୃତ ଲକ୍ଷ୍ମୀପୁରାଣ ଓ ଜଗନ୍ନାଥ ଜଣାଣରେ ଉତ୍ସବ ମୁଖରିତ ହୋଇଥିଲା ।

ଏହି ଅବସରରେ ଆଇଏଏସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଏଭଳି ଉଦ୍ୟମକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ । କ୍ରିଏଟିଭୋର ଆବାହକ ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନା ଅନୁଷ୍ଠିତ ଏହି ଉତ୍ସବରେ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ, ଡକ୍ଟର ଦୀପାଲି ଦାଶ, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ରାକେଶ ଶତପଥୀ, ମାନସ ଦାସ, ଲୋପାମୁଦ୍ରା ଦାଶ, ବିଶ୍ୱଜିତ୍‌ ମିଶ୍ର, ଡକ୍ଟର ବିଦ୍ୱାନ ରଂଜନ ସାହୁ , ଡକ୍ଟର ସୁବ୍ରତ ସେନାପତି, ଡକ୍ଟର ଏସ. ପି. ମୋନାଲିସା, ଡକ୍ଟର ରାମକୃଷ୍ଣ ବସ୍ତିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ଡକ୍ଟର ନନ୍ଦିିତା ଜେନା ଧନ୍ୟବାଦ ଦେଇଥିଲେ । 

ଏହି ଅବସରରେ ଓଡିଆ ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅମୃତା ସାହୁ, ଚିତ୍ରଲିପି ନାୟକ, ସ୍ଥିତପ୍ରଜ୍ଞା ପଟ୍ଟନାୟକ, ସଲୋନି, ଅଭିଷେକ, ଆୟୁଷ୍ମାନ, ଆଦିତ୍ୟ ନାରାୟଣ, ଅମ୍ଲାନ ବିଶ୍ୱାଳ, ସତ୍ୟସୁନ୍ଦର ଉତ୍ସବ ପରିଚାଳନା କରିଥିଲେ । ପ୍ରଫେସର ବିବୁଧ ପରାଶର, ପ୍ରଫେସର ବିଜୟ ମିଶ୍ର, ପ୍ରଫେସର ସନ୍ତୋଷ ପଣ୍ଡାଙ୍କ ସମେତ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.