ଡେରାଡୁନ,୨୩/୦୮: ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରକୃତି କୋପ । ପୁଣି ପ୍ରଳୟ ଆଣିଛି ପ୍ରକୃତି । ଧରୀଲା ଧ୍ୱଂସ ପରେ ଶୁକ୍ରବାର ରାତିରେ ଉତ୍ତରକାଣ୍ଡ ଚମୋଲି ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଛି । ସବୁ କିଛି ଛାରଖାର ଦେଇଛି । ଥରାଲୀ ଗାଁରେ ଧ୍ୱସଂଲୀଳା ରଚିଛି ପ୍ରକୃତି । ଅନେକ ଘରଦ୍ୱାରା ପୋତି ହୋଇଯାଇଛି । ଜଣେ ମହିଳା ନିଖୋଜ ଥିବା କହୁଯାଉଛି । ଡେରାଡୁନ, ତେହରୀ, ପାଉରୀ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଆଲମୋରା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଓ ବାଦଲ ଫାଟିବାରୁ ଭୂସ୍ଖଳନ ହୋଇ ଘର, ଦୋକାନ ଏବଂ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନ ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ।

ବାଦଲ ଫାଟିବାରୁ ଥରାଲୀ ବଜାର, କୋଟଦୀପ ଏବଂ ତହସିଲ ପରିସର ସର୍ବାଧିକ ପ୍ରଭାବିତ ହୋଇଛି । ଘରେ ଆଳିଆ ଆବର୍ଜନା ପଙ୍କ ପସିଛି । ଗାଡି, ରାସ୍ତା ପୋତି ହୋଇଛି । ସାଗବାଡ଼ା ଗାଁରେ ଜଣେ ମହିଳାଙ୍କ ପତ୍ତା ମିଳୁନାହିଁ । ସେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି ।ଡେରାଡୁନ, ତେହରୀ, ପାଉରୀ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଆଲମୋରା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । 

କିଛି ଦିନ ତଳେ ଉତ୍ତରାଖଣ୍ଡର ଧରାଲୀରେ ବାଦଲଫଠା ବର୍ଷା ହୋଇଥିଲା । ସବୁ କିଛି ଛାରଖାର କରି ଦେଇଥିଲା । ୬୫ ଜଣଙ୍କର ମୃତ୍ୟୁ ହୋଇଥିଲା । କିଛି ଦିନର ବ୍ୟବଧାନ ପରେ ଚମୋଲିରେ ବାଦଳଫଟା ବର୍ଷା ପରେ ହଲଚଲ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଯାଇଛି । ଲୋକମାନେ ସେମାନଙ୍କ ଘରୁ ପଦାକୁ ଚାଲି ଆସିଛନ୍ତି । ପୁଲିସ୍‌ ଏବଂ ପ୍ରଶାସନ ତୁରନ୍ତ ଗାଁରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।