ଡେରାଡୁନ,୨୩/୦୮: ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରକୃତି କୋପ । ପୁଣି ପ୍ରଳୟ ଆଣିଛି ପ୍ରକୃତି । ଧରୀଲା ଧ୍ୱଂସ ପରେ ଶୁକ୍ରବାର ରାତିରେ ଉତ୍ତରକାଣ୍ଡ ଚମୋଲି ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଛି । ସବୁ କିଛି ଛାରଖାର ଦେଇଛି । ଥରାଲୀ ଗାଁରେ ଧ୍ୱସଂଲୀଳା ରଚିଛି ପ୍ରକୃତି । ଅନେକ ଘରଦ୍ୱାରା ପୋତି ହୋଇଯାଇଛି । ଜଣେ ମହିଳା ନିଖୋଜ ଥିବା କହୁଯାଉଛି । ଡେରାଡୁନ, ତେହରୀ, ପାଉରୀ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଆଲମୋରା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଓ ବାଦଲ ଫାଟିବାରୁ ଭୂସ୍ଖଳନ ହୋଇ ଘର, ଦୋକାନ ଏବଂ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନ ଏବଂ ଏନ୍ଡିଆରଏଫ୍ ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ।
ବାଦଲ ଫାଟିବାରୁ ଥରାଲୀ ବଜାର, କୋଟଦୀପ ଏବଂ ତହସିଲ ପରିସର ସର୍ବାଧିକ ପ୍ରଭାବିତ ହୋଇଛି । ଘରେ ଆଳିଆ ଆବର୍ଜନା ପଙ୍କ ପସିଛି । ଗାଡି, ରାସ୍ତା ପୋତି ହୋଇଛି । ସାଗବାଡ଼ା ଗାଁରେ ଜଣେ ମହିଳାଙ୍କ ପତ୍ତା ମିଳୁନାହିଁ । ସେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି ।ଡେରାଡୁନ, ତେହରୀ, ପାଉରୀ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଆଲମୋରା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
#WATCH | Uttarakhand: Due to a cloudburst in Tharali of Chamoli district, debris has entered houses, the market, and the SDM's residence. District Magistrate and relief teams have left for the spot. Two people are reported missing: Uttarakhand Disaster Management Secretary Vinod… pic.twitter.com/V2aesFekFf
— ANI (@ANI) August 23, 2025
କିଛି ଦିନ ତଳେ ଉତ୍ତରାଖଣ୍ଡର ଧରାଲୀରେ ବାଦଲଫଠା ବର୍ଷା ହୋଇଥିଲା । ସବୁ କିଛି ଛାରଖାର କରି ଦେଇଥିଲା । ୬୫ ଜଣଙ୍କର ମୃତ୍ୟୁ ହୋଇଥିଲା । କିଛି ଦିନର ବ୍ୟବଧାନ ପରେ ଚମୋଲିରେ ବାଦଳଫଟା ବର୍ଷା ପରେ ହଲଚଲ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଯାଇଛି । ଲୋକମାନେ ସେମାନଙ୍କ ଘରୁ ପଦାକୁ ଚାଲି ଆସିଛନ୍ତି । ପୁଲିସ୍ ଏବଂ ପ୍ରଶାସନ ତୁରନ୍ତ ଗାଁରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।