ଭୁବନେଶ୍ଵର, ୨୮/୧୦ : ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୧ଟା ୪୫ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ଵରର ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟଲ୍ ସର୍ଭେ କରିବେ।
ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ରବିବାର ପାରାଦୀପ, ମହାକାଳପଡ଼ା, ରାଜନଗର, ରାଜକନିକା, ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥିତିର ଅନୁଧ୍ୟାନ କରିଥିଲେ। ଏହାପରେ ଏସଆରସିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ। ୧୪ ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି। ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ରିପୋର୍ଟ ୨ ତାରିଖ ସୁଦ୍ଧା ଦେବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁଯାୟୀ କ୍ଷତିପୂରଣ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।