ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ

Published By : Prameya | April 27, 2025 8:52 AM

ଭୁବନେଶ୍ୱର,୨୭/୦୪: ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟର୍ସର ଠିକଣା ବଦଳିବା ପରେ ଏବେ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ (ସିଏମ୍‌  ଗ୍ରିଭାନ୍ସ ସେଲ୍‌) ଠିକଣା ବଦଳିବାକୁ ଯାଉଛି । ୧୯୯୫ରୁ ଏଜି ଛକ-ରାଜଭବନ ରାସ୍ତାରେ ଏହି  ଅଭିଯୋଗ ପ୍ରକୋଷ୍ଠ ରହି ଆସିଥିଲା । ଦୀର୍ଘ  ୩୦ ବର୍ଷ ପରେ ଏହାର ଠିକଣା ବଦଳିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଏହାକୁ ମଞ୍ଜୁରି ଦେଇଛନ୍ତି । 

ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀକୁ ଲାଗି ରହିଥିବା ମଣ୍ଡଳ ସାଧନ କେନ୍ଦ୍ର ଓ ପୁରୁଣା  ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀଙ୍କ  ନୂଆ ଅଭିଯୋଗ ପ୍ରକୋଷ୍ଠ ତିଆରି ହେବ । ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି  ମଣ୍ଡଳ ସାଧନ କେନ୍ଦ୍ରରେ ଶିକ୍ଷକମାନଙ୍କୁ ତାଲିମ ଦିଆଯାଏ । ସ୍ଥାନୀୟ ଅଞ୍ଚଳର ଦୁଇଟି  ଅଙ୍ଗନବାଡ଼ି କେନ୍ଦ୍ର ବି ଏହାର ପରିସରରେ ଚାଲୁଥିଲା । ଏହି ସ୍ଥାନରେ ଠିଆ ହେବ ସ୍ଥାୟୀ  ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ସୋମବାର  ଦିନ ଏଠାକୁ ଆସି ଲୋକଙ୍କଠାରୁ ଅଭିଯୋଗ  ଶୁଣିବେ । ଏଥିପାଇଁ ନୂଆ ପ୍ରତୀକ୍ଷାଳୟ ତିଆରି  ହେବ । ଏଠାରେ ୫୦୦ରୁ ୭୦୦ ଲୋକ  ବସି ଅପେକ୍ଷା କରିବା ଭଳି ସୁବିଧା ରହିବ ।  ଏହାକୁ ସେଣ୍ଟ୍ରାଲ ଏସି କରାଯିବ । ଅଭିଯୋଗ  ଦେବାକୁ ଅଧିକ ଲୋକ ଆସୁଥିବାରୁ ଏକାଧିକ  ଶୌଚାଳୟ କମ୍ପେ୍ଲକ୍ସ ତିଆରି ହେବ । ମୁଖ୍ୟମନ୍ତ୍ରୀ  ବସି ଅଭିଯୋଗ ଶୁଣିବା ପାଇଁ ଏକ ବଡ଼ ହଲ୍‌  ରହିବ । ଅଫିସରଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ  ରହିବ । ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । 

ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠ  ତିଆରି ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ନୂଆ ନିର୍ମାଣ ସହ ପୁରୁଣା କୋଠାକୁ ନବୀକରଣ କରାଯିବ । ଏହାକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯିବ । ଏଥିପାଇଁ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ୱାନ କରିସାରିଛି । ଲୋକଙ୍କ ଗାଡ଼ି ପାର୍କିଂ ପାଇଁ ପାଖ ପଡ଼ିଆରେ ସ୍ୱତନ୍ତ୍ର ସୁବିଧା ରହିବ । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି । 

ରାଜ୍ୟରେ ସରକାର ବଦଳିବା ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବଙ୍ଗଳାକୁ ଫେରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଙ୍ଗଳାରେ ରହୁନଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋୟର  ପିଏମ୍‌ଜିରେ ଥିବା ନିଜର ପୁରୁଣା କ୍ୱାର୍ଟର୍ସ ବଦଳରେ ଏଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ନୂଆ ରୂପ ଦିଆଯାଇଛି । ସେ ଏହି ବଙ୍ଗଳାକୁ ଗୃହ ପ୍ରବେଶ ବି କରି ସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଲାଗି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ  ରହିଥିଲା । ପରେ ଏହାକୁ ପାଖ କ୍ୱାର୍ଟର୍ସକୁ ସ୍ଥାନାନ୍ତର  କରାଯାଇଥିଲା । 

ସେଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ  ଶୁଣୁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଲାଗି  ଅଭିଯୋଗ ପ୍ରକୋଷ୍ଠ ରହିଲେ ସୁରକ୍ଷା ପ୍ରତି ବିପଦ ହେବାର ଆଶଙ୍କା ରହିଛି ।ସୋମବାର ଅଭିଯୋଗ  ଶୁଣାଣିକୁ ହଜାର ହଜାର ଲୋକ ଆସି ଏକାଠି ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ପାଖରେ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ଏଡ଼ାଇବାକୁ ଅଭିଯୋଗ ପ୍ରକୋଷ୍ଠ  ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.