ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଲ୍ୟାଣ୍ଡଫଲ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; 'ଭୟଭୀତ ହୁଅନ୍ତୁନି, ସୁରକ୍ଷିତ ରୁହନ୍ତୁ'

Published By : Soubhagya Ranjan | October 24, 2024 11:56 PM

ଭୁବନେଶ୍ବର,୨୪/୧୦: ଆଉ କେଇ ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ 'ଦାନା' । ସଦ୍ୟ ତଥ୍ୟ ମୁତାବକ ପାରାଦୀପଠାରୁ ବାତ୍ୟା ଦାନା ୫୦ କିଲୋମିଟର, ଧାମରା ଠାରୁ ୬୦ ଏବଂ ସାଗରଦୀପ ଠାରୁ ୧୭୦ କିଲୋମିଟର ଦୂରରେ ରହିଛି । ଗୁରୁବାର ରାତି ୧ଟା ରୁ ୨ଟା ମଧ୍ୟରେ ଭିତରକନିକା ଅଭୟାରଣ୍ୟରେ ଲ୍ୟାଣ୍ଡଫଲ କରିପାରେ ଦାନା । ତେବେ ଏହାରି ଭିତରେ ରାଜ୍ୟ ସରକାର ଓ ତମାମ ଜିଲ୍ଲା ପ୍ରଶାସନ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଶେଷ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତମାମ ପ୍ରସ୍ତୁତିର ଶେଷ ସମୀକ୍ଷା କରିଛନ୍ତି। 

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଅଭୟାରଣ୍ୟରେ ରାତି ୧ରୁ ୨ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ । ବାତ୍ୟା ମୁକାବିଲା ପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଗତକାଲି ଏବଂ ଆଜି ମଧ୍ୟରେ ଯେଉଁ ସମୀକ୍ଷା ହୋଇଛି, ସେଥିରେ ମନ୍ତ୍ରୀମାନେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପହଞ୍ଚି ସମସ୍ତ ତଦାରଖ କରୁଛନ୍ତି । ବରିଷ୍ଠ ଅଧିକାରୀମାନେ ସମସ୍ତ କାର୍ଯ୍ୟର ପରିଚାଳନା କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, 'ପ୍ରଥମରେ ୧୧ ଜିଲ୍ଲାରୁ ୧୦ ଲକ୍ଷ ଲୋକଙ୍କ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବାତ୍ୟାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ଯୋଗୁଁ କିଛି ଜିଲ୍ଲାରୁ ବାଦ୍ ଦିଆଯାଇଥିଲା । ଏହାପରେ ୩,୬୨,୦୦୦ ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ଟାର୍ଗେଟ୍ କରାଯାଇଥିଲା । ଏହି ଲକ୍ଷ୍ୟକୁ ଶତ ପ୍ରତିଶତ ପୂରଣ କରିବା ପାଇଁ ଟାର୍ଗେଟ୍ ଦିଆଯାଇଥିଲା । ବର୍ତ୍ତମାନ ଏହା ୫,୮୪,୮୮୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ବାତ୍ୟା ଆଶ୍ରୟ ସ୍ଥଳ ସଂଖ୍ୟା ୮୩୮୨କୁ ବୃଦ୍ଧି ହୋଇଛି । ଏଥି ମଧ୍ୟରୁ ୬୦୦୮ଟି କାର୍ଯ୍ୟକ୍ଷମ ଅଛି ।'

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'ସମସ୍ତ ସାଂସଦ, ବିଧାୟକଙ୍କ ସହ ଗ୍ରାଉଣ୍ଡ ଜିରୋର ସ୍ଥିତି ବିଷୟରେ ଆଲୋଚନା କରିଛି । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରି ବିସ୍ତୃତ ରିପୋର୍ଟ ଦେଇଛି । ଦିଲ୍ଲୀରୁ ରହି ସେମାନେ ସ୍ଥିତିର ସମୀକ୍ଷା କରୁଛନ୍ତି ।' ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ସେଠାରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଦ୍ୱିତୀୟରେ ମୟୂରଭଞ୍ଜ ଜିଲ୍ଲାରୁ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 

ଭଦ୍ରକରୁ ୭୫ ହଜାର, ଯାଜପୁରରୁ ୬୦ ହଜାର ଏବଂ କେନ୍ଦ୍ରାପଡ଼ାରୁ ୪୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନନ୍ତର କରାଯାଇଛି । ମାଆ ଗୃହରେ ୪୪୩୧ ଗର୍ଭବତୀ ମହିଳାମାନଙ୍କୁ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଏବଂ ପିଲା ସୁସ୍ଥ ଅଛନ୍ତି ।  ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାସ୍ତା ସଫା, ବିଜୁଳି ସେବା ପ୍ରଭାବିତ ହେଲେ ତାର ମୁକାବିଲା, ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ଆବଶ୍ୟକୀୟ ଔଷଧ ସମସ୍ତ ସ୍ଥାନରେ ପହଞ୍ଚି ସରିଛି ।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.