• ରାଉରକେଲା ବିମାନ ଦୁର୍ଘଟଣା ଘଟଣା
  • ଉଦ୍ଧାରକାରୀ ଟିମ୍, ସ୍ଥାନୀୟ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଂଶସା
  • ‘ସ୍ଥାନୀୟ ଲୋକେ, ଉଦ୍ଧାରକାରୀ ଟିମ୍ ସାହସିକତା ଦେଖାଇଛନ୍ତି’
  • ସାହସିକତା, ତତ୍ପରାତା ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ଧନ୍ୟବାଦ
  • ‘ବିପଦ ବେଳେ ଆପଣମାନେ ନିସ୍ବାର୍ଥପର ସେବା କଲେ’

​​​​​​​

ଭୁବନେଶ୍ବର ; ୧୧/୧ : ରାଉରକେଲା ବିମାନ ଦୁର୍ଘଟଣା ଘଟଣା ଶନିବାର ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା । ବଡ଼ ବିମାନ ଦୁର୍ଘଟଣା ଘଟିଥିବାବେଳେ କାହାର ଜୀବନହାନୀ ଘଟିନାହିଁ । ତେ​‌ବେ ଉଦ୍ଧାରକାରୀ ଟିମ ଏବଂ ସ୍ଥାନୀୟ ଲୋକଙ୍କ ସାହସିକତା ଏବଂ ତତ୍ପରତା ପାଇଁ ଜୀବନ ବଞ୍ଚିଯାଇଛି । ଯାହାକୁ ନେଇ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସ୍ଥାନୀୟ ଜନସାଧାରଣ ଏବଂ ଉଦ୍ଧାରକାରୀ ଟିମକୁ ପ୍ରଂଶସା କରିଛନ୍ତି । ସାହସିକତା ଏବଂ ତତ୍ପରତା ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜରାଇଛନ୍ତି । ସେ ଲେଖିଛନ୍ତି କି, ବିପଦ ସମୟରେ ଆପଣମାନଙ୍କର ଏହି ନିସ୍ୱାର୍ଥପର ସେବା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇପାରିଛି । ସ୍ଥାନୀୟ ପ୍ରଶାସନ,ଜନସାଧାରଣ, ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀଙ୍କ ସମନ୍ୱିତ ଉଦ୍ୟମ ପ୍ରଶଂସନୀୟ। ସରକାର ଆହତମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କର ଉତ୍ତମ ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ।

​​​​​​​