ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା

ବ୍ରହ୍ମପୁର, ୨୪/୦୪ : ୨୪ ନିର୍ବାଚନ ପାଇଁ ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପ୍ରଚାର ପାଇଁ ହିଞ୍ଜିଳିରେ ପହଞ୍ଚିଛନ୍ତି ବିଜେଡି ସୁପ୍ରିମୋ। ତାଙ୍କ ସହ ଉପସ୍ଥିତ ଅଛନ୍ତି ଆମ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଜନସଭାରେ ଉଦବୋଧନ ଦେଇ ନବୀନ ପ୍ରଚାର ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ସାଢେ ୪ କୋଟି ଓଡ଼ିଆ ମୋ ପରିବାର। ମୋ ଜୀବନ ଥିବା ଯାଏଁ ଆପଣମାନଙ୍କ ପାଇଁ ଲଢିବି। ହିଞ୍ଜିଳିରୁ ପ୍ରଚାର କରି ମୁଁ ବହୁତ ଖୁସି। 

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ହିଞ୍ଜିଳିରୁ ବିଜେଡିର ବିଜୟ ଯାତ୍ରା ଆରମ୍ଭ ହେଲା। ଆପଣମାନେ ସବୁବେଳେ ମୋ ସହିତ ଅଛନ୍ତି। ମୋତେ ସେବା କରିବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ମୁଁ ସାଢେ ୪ କୋଟି ଓଡ଼ିଆଙ୍କ କଲ୍ୟାଣ ପାଇଁ କାମ କରୁଛି। ହିଞ୍ଜିଳିରୁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଥିଲା। ମା ତାରାତାରିଣୀ ମନ୍ଦିରରୁ ମନ୍ଦିର ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ବିଏସକେୱାଇ ଯୋଜନା ଦେଶରେ ପ୍ରଥମ। ମାଗଣାରେ ସମସ୍ତଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି। ହିଞ୍ଜିଳି ଓ ଶେରଗଡ଼ ବିକାଶର ନୂଆ ମଡେଲ ସାଜିଛି। 

ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। ସେ କହିଛନ୍ତି ଯେ, ବିରୋଧୀ ଅପପ୍ରଚାର କରୁଛନ୍ତି। ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହାଁନ୍ତି। ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି। ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ। ବିଜୟ ଧାରା ଜାରି ରହିବ। ଲୋକସଭାରେ ବି ବହୁ ଭଲ କରିବୁ। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.