ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

‘ସମ୍‌’ ଶୀତଳାପଲ୍ଲୀରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ: ହିପ୍‌ ରିପ୍ଲେସ୍‌ମେଣ୍ଟ ଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ସୁବିଧା

ଭୁବନେଶ୍ୱର,୦୫/୦୫: ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଶୀତଳାପଲ୍ଲୀ  କ୍ୟାମ୍ପସ୍‌ରେ ବର୍ତ୍ତମାନ ଅତ୍ୟାଧୁନିକ ଚିକିତ୍ସା  ଓ ଅସ୍ତ୍ରୋପଚାର ଉପଲବ୍ଧ ହୋଇପାରୁଛି । 

ହସ୍ପିଟାଲ୍‌ରେ ଗର୍ଭବତୀଙ୍କ ଜଟିଳ  ଗର୍ଭଧାରଣ ସମୟରେ ଯତ୍ନ ଓ ଚିକିତ୍ସା, ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ଓ ଅନ୍ୟାନ୍ୟ  ଅତ୍ୟାଧୁନିକ ଚିକିତ୍ସା ହୋଇପାରୁଛି ।  ସେହିପରି ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟସେବା  ମଧ୍ୟ ଅତ୍ୟାଧୁନିକ ଉପାୟରେ କରାଯାଉଛି ।  ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ବିଶେଷଜ୍ଞ,  ଶିଶୁରୋଗ ବିଭାଗ ଡାକ୍ତର, ପ୍ରଶିକ୍ଷିତ ନର୍ସ  ଓ ଟେକ୍‌ନିସିଆନ୍‌ଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ  କରାଯାଉଛି । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର  ମୀନାକ୍ଷି ସାହୁଙ୍କ ତତ୍ତ୍ୱାବଧାନରେ ଶିଶୁରୋଗ  ବିଭାଗ ସମସ୍ତ ଚିକିତ୍ସା କରାଯାଉଛି ।  ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଓଟି, ଲେବର୍‌  ରୁମ୍‌ ଓ ନବଜାତ ଶିଶୁଙ୍କ ପାଇଁ ଏନ୍‌ଆଇସିୟୁ  ସେବା ମଧ୍ୟ ଖୁବ୍‌ ସୁଲଭ ମୂଲ୍ୟରେ ଉପଲବ୍ଧ । 

ସେହିପରି ସମ୍ପୂର୍ଣ୍ଣ ହିପ୍‌ ରିପ୍ଲେସ୍‌ମେଣ୍ଟ ଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର  କରାଯାଉଛି । ଦୁଇ ମାସ ତଳେ ଜଣେ ମହିଳା  ପଡ଼ିଯିବା ଫଳରେ ଶଯ୍ୟାଶାୟୀ ଅବସ୍ଥାରେ  ହସ୍ପିଟାଲକୁ ଆସିଥିଲେ । ସେ ଚାଲିବା କିମ୍ବା  ବସିବା ଅବସ୍ଥାରେ ନଥିଲେ । ବିଭିନ୍ନ  ପରୀକ୍ଷା ନିରୀକ୍ଷା ପରେ ତାଙ୍କର ସମ୍ପୂର୍ଣ୍ଣ  ହିପ୍‌ ରିପ୍ଲେସମେଣ୍ଟ ନିମନ୍ତେ ଡାକ୍ତର ନିଷ୍ପତ୍ତି  ନେଇଥିଲେ । ତାଙ୍କର ରକ୍ତହୀନତା ଦେଖା  ଦେଇଥିବାରୁ ପ୍ରଥମେ ବ୍ଲଡ୍‌ ଟ୍ରାନ୍‌ସଫ୍ୟୁଜନ୍‌  କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା ।  ଅସ୍ତ୍ରୋପଚାର ସମୟରେ କିମ୍ବା ପରେ  ତାଙ୍କ ଶରୀରରେ କୌଣସି ଜଟିଳତା  ଉପୁଜି ନଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । 

ଏହାଛଡ଼ା ସମ୍‌ ହସ୍ପିଟାଲ୍‌ ଶୀତଳାପଲ୍ଲୀ  କ୍ୟାମ୍ପସ୍‌ରେ କର୍ଣ୍ଣ, ନାସା, ଗଳା (ଇଏନ୍‌ଟି)  ସମସ୍ୟାର ମଧ୍ୟ ଅତ୍ୟାଧୁନିକ ଚିକିତ୍ସା  କରାଯାଉଛି । ୪୨ ବର୍ଷୀୟା ମହିଳା ନାକରୁ  ନିୟମିତ ରକ୍ତ ବାହାରୁ ଥିବାର ସମସ୍ୟା ନେଇ  ହସ୍ପିଟାଲ୍‌ ଏମର୍ଜେନ୍ସି ବିଭାଗକୁ ଆସିଥିଲେ ।  ରୋଗୀଙ୍କୁ ଇଏନ୍‌ଟି ସ୍ପେଶିଆଲିଷ୍ଟ ଡାକ୍ତର  ପ୍ରିୟଜିତ୍‌ ପାଣିଗ୍ରାହୀ ପରୀକ୍ଷା କରି ସିଟି  ସ୍କାନ୍‌ ପାଇଁ ପରାମର୍ଶ ଦେଇଥିଲେ । ସିଟି  ସ୍କାନ୍‌ ରିପୋର୍ଟରେ ନାକରେ ବାଇଲାଟେରାଲ୍‌  ମାକ୍ସିଲାରୀ ସାଇନସ୍‌ ଥିବା ଜଣାପଡ଼ିଥିଲା ।  ରୋଗୀଙ୍କ ତା'ପରଦିନ ଏଣ୍ଡୋସ୍କୋପିକ୍‌  ସାଇନସ୍‌ ସର୍ଜରୀ କରାଯାଇଥିଲା ।  ସଫଳ ଅସ୍ତ୍ରୋପଚାର ପରେ ରୋଗୀ  ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ରୋଗୀଙ୍କୁ ଉତ୍ତମ  ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ହସ୍ପିଟାଲ୍‌ ୨୪ ଘଣ୍ଟା ପ୍ରସ୍ତୁତ ବୋଲି ହସ୍ପିଟାଲ୍‌  ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.