ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ

ଭୁବନେଶ୍ୱର ୦୫/୦୫: ବିଜେପିର ମିଶନ ଓଡ଼ିଶା, କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସିରିଜ ପ୍ରଚାର କରିବେ  କେନ୍ଦ୍ରମନ୍ତ୍ରୀ। ଏଥି ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୧୨ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଶାହା । ଏଥି ସହିତ ରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆସନ୍ତା ୮ ତାରିଖରୁ ଆସୁଛନ୍ତି। ଏନେଇ ନିର୍ବାଚନୀ ପ୍ରଭାରୀ ବିଜଲ ପାଲ୍ ସିଂ ତୋମାର ଏହି ସୂଚନା ଦେଇଛନ୍ତି । 

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୮ ତାରିଖ ଦିନ ରାଜନାଥ ସିଂହ ରାୟଗଡ଼ାରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେବେ । ଯେଉଁଥିରେ ସଭାକୁ ସମ୍ବୋଧନ କରିବା ସହ ଆଗାମୀ ନିର୍ବାଚନ ଲାଗି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ।

ସୂଚନା ମୁତାିବକ, ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି। ଏପଟେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ମଧ୍ୟ ଆସୁଛନ୍ତି । ରାଜ୍ୟ ପାଇଁ ଇସ୍ତାହାର ଜାରି କରି ସହ ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଦେବେ । ସେହିଭଳି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ଡେରା ପକାଇଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.