ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଅଷ୍ଟ୍ରେଲିଆ ମହିଳା ସାଂସଦଙ୍କ ସମ୍ବେଦନଶୀଳ ଅଭିଯୋଗ, କହିଲେ ନିଶା ଦେଇ ମୋତେ ଦିଆଯାଇଛି ଯୌନ ନିର୍ଯାତନା...

Published By : Prameya | May 5, 2024 1:48 PM

ନୂଆଦିଲ୍ଲୀଅଷ୍ଟ୍ରେଲିଆର ମହିଳା ସାଂସଦ ବ୍ରିଟାନି ଲାଉଗା ଏକ ବଡ ଅଭିଯୋଗ ଆଣିଛନ୍ତି, ଯାହା ଏବେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି । ଲାଉଗା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ନିଶାଜାତୀୟ ପଦାର୍ଥ ଦେଇ ଯୌନ ନିର୍ଯ୍ୟାତନା ଦିଆଯାଇଛି । ଏନେଇ ସାଂସଦ ବ୍ରିଟାନି ଲାଉଗା ଏକ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ, ଉପକୂଳବର୍ତ୍ତୀ ସହର ୟେପୁନରେ ତାଙ୍କ ସହିତ ଅନ୍ୟ ଅନେକ ମହିଳାଙ୍କୁ ନିଶା ଜାତୀୟ ପଦର୍ଥ ଦିଆଯାଇଥିଲା ଏବଂ ଯୌନ ଉତ୍ପିଡନ ସହ ମାଡ ମଧ୍ୟ ମରାଯାଇଥିଲା । ଦ ଗର୍ଜିଆନର ରିପୋର୍ଟ ଅନୁଯାୟୀ ବ୍ରିଟେନୀ ଲାଉଗା ଅଭିଯୋଗ ଆଣିଛନ୍ତି ଯେ,ଗତ ସପ୍ତାହ ଶେଷରେ ଦେଶର ମଧ୍ୟ କୁଇନ୍‌ସଲ୍ୟାଣ୍ଡ ସହର ୟେପୁନରେ ତାଙ୍କୁ ନିଶା ଜାତୀୟ ପଦାର୍ଥ ଦିଆଯାଇଥିଲା ଏବଂ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । 

ଫେସବୁକରେ ୩୭ ବର୍ଷୀୟ ସାଂସଦ ବ୍ରିଟାନି ଲାଉଗାଙ୍କ ଏହି ପୋଷ୍ଟ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି । ବ୍ରିଟାନି କହିଛନ୍ତି ଯେ ରବିବାର ସକାଳେ ଡ୍ରଗ୍ସ ଏବଂ ଯୌନ ନିର୍ଯାତନା ପରେ ମୁଁ ୟେପୁନ୍ ପୋଲିସ୍ ଷ୍ଟେସନ୍ ଏବଂ ୟେପୁନ୍ ହସ୍ପିଟାଲକୁ ଯାଇଥିଲି । ହସ୍ପିଟାଲରେ ହୋଇଥିବା ପରୀକ୍ଷା ମୋ ଶରୀରରେ ଡ୍ରଗ୍‌ସର ଉପସ୍ଥିତି ନିଶ୍ଚିତ କରିଥିଲା, ଯାହା ମୁଁ ନିଜେ ନେଇ ନଥିଲି । ଏହି ପଦାର୍ଥ ମୋ ଉପରେ ବହୁତ ପ୍ରଭାବ ପକାଇଲା । ଫେସବୁକରେ ଏକ ଲମ୍ବା ପୋଷ୍ଟରେ ଲାଉଗା କହିଛନ୍ତି ଯେ, ପୋଲିସର ତଦନ୍ତ ଚାଲିଛି ।

ବ୍ରିଟାନି ଲାଉଗା କହିଛନ୍ତି ଯେ ଏହା ମୋ ସହ ଏବଂ ଅନେକ ମହିଳାଙ୍କ ସହ ଘଟିଛି। ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ମୋ ସହିତ ଯୋଗାଯୋଗ କରିଥିଲେ । ଏହା କାହା ସହିତ ହୋଇପାରେ ଏବଂ ଦୁଃଖର ବିଷୟ ଏହା ଆମମାନଙ୍କ ମଧ୍ୟରୁ ଅନେକଙ୍କ ସହିତ ଘଟିଛି । କିନ୍ତୁ ଏହା ଠିକ ନୁହେଁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.