ଭୁବନେଶ୍ଵର, ୯/୧୨ : ଓଡ଼ିଆ ଆଧୁନିକ ସାହିତ୍ୟ ଜଗତର ମଉଡ଼ ମଣି ତଥା 'ବନ୍ଦେ ଉତ୍କଳ ଜନନୀ'ର ଅମର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଆଜି ଜନ୍ମ ଜୟନ୍ତୀ। ତାଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, 'ଜାତୀୟତାବୋଧରେ ପରିପୂର୍ଣ୍ଣ ତାଙ୍କର ସାହିତ୍ୟ ସାଧନା ଏବଂ ମୁକ୍ତି ସଂଗ୍ରାମରେ ତାଙ୍କର ନିସ୍ୱାର୍ଥପର ଯୋଗଦାନ ସର୍ବଦା ଓଡ଼ିଶାବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ପ୍ରେରଣାର ଉତ୍ସ ହୋଇ ରହିବ।'
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା 'ବନ୍ଦେ ଉତ୍କଳ ଜନନୀ'ର ଅମର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ତାଙ୍କୁ ଭକ୍ତିପୂତ ପ୍ରଣାମ । ଜାତୀୟତାବୋଧରେ ପରିପୂର୍ଣ୍ଣ ତାଙ୍କର ସାହିତ୍ୟ ସାଧନା ଏବଂ ମୁକ୍ତି ସଂଗ୍ରାମରେ ତାଙ୍କର ନିସ୍ୱାର୍ଥପର ଯୋଗଦାନ ସର୍ବଦା ଓଡ଼ିଶାବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ପ୍ରେରଣାର ଉତ୍ସ… pic.twitter.com/wjEmLgBUWG
— Mohan Charan Majhi (@MohanMOdisha) December 9, 2025
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମସ୍ଥାନ ଭଦ୍ରକ ତିହିଡି ବ୍ଲକର ତାଳପଦା ଗ୍ରାମରେ। ଓଡ଼ିଆ ସାହିତ୍ୟର କବିତା, ଗଳ୍ପ,ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ ଓ ମାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ । ବନ୍ଦେ ଉତ୍କଳ ଜନନୀ ଭଳି କାଳଜୟୀ ରଚନାଠୁ ଆରମ୍ଭ କରି ଉପନ୍ୟାସ ‘କଣାମାମୁଁ’ ଓ କ୍ଷୁଦ୍ରଗଳ୍ପ ‘ବୁଢା ଶଙ୍ଖାରୀ’ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ଅମ୍ଳାନ କୃତି ତାଙ୍କୁ ସଦା ସ୍ମରଣୀୟ କରି ରଖିବ।