ବେଲପାହାଡ, ୨୪/୫(ଆପ୍ର): ବେଲପାହାଡ ଓଭରବ୍ରିଜରେ ଦୁର୍ଘଟଣା। ଆଜି ଶୁକ୍ରବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ଟ୍ରକ ବେଲପାହାଡ ଓଭରବ୍ରିଜ ଉପରୁ ତଳକୁ ଖସିପଡିଛି। ଯାହାଫଳରେ ଟ୍ରକଟି ସମ୍ପୂର୍ଣ ଭାଙ୍ଗି ଯାଇଛି। ବେଲପାହାଡ ପଟୁ ଝାରସୁଗୁଡା ପଟକୁ ଯାଉଥିବା ଏହି ଟ୍ରକଟି ଦ୍ରୁତଗତି ଏବଂ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପୋଲିସ ଅନୁମାନ କରୁଥିବାବେଳେ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି ବେଲପାହାଡ ପୋଲିସ। ଦୁର୍ଘଟଣାରେ ଆହତ ଚାଳକଙ୍କୁ ଚିକିତ୍ସାଳୟକୁ ପଠାଯାଇଛି।

ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସ...