ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Harapriya Sethi | July 4, 2025 11:32 AM

ସୁନ୍ଦରଗଡ଼,୦୪/୦୭: ସୁନ୍ଦରଗଡ ଆମ୍ବିଆନସ ନିକଟରେ ଜଳିଗଲା କୋଇଲା ବୋଝେଇ ଟ୍ରେଲର । ଟ୍ରେଲଟି ହେମଗିରିରୁ କୋଇଲା ବୋଝେଇ କରି ଆସି ଆମ୍ବିଆନସ ହୋଟେଲ ନିକଟରେ ଠିଆ ହୋଇଥିବା ବେଳେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଶୁକ୍ରବାର ସକାଳୁ ବିଜୁ ଏକ୍ସପ୍ରେସ ୱେ ପାଖରେ ଥିବା ଆମ୍ବିଆନସ ହୋଟେଲ ପାଖରେ ଠିଆ ହୋଇ ରହିଥିବା ଏକ ଟ୍ରେଲରକୁ ପଛ ପଟୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରଲର । ଏହା ପରେ କୋଇଲା ବୋଝେଇ ଟ୍ରେଲରଟି ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବଞ୍ଚି ଯାଇଛି ଡ୍ରାଇଭର । ଘଟଣାସ୍ଥାଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.