ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରାଜ୍ୟରେ ନିର୍ମାଣ ହେବ କୋଷ୍ଟାଲ୍‌ ହାଇୱେ,୧୬୩ କିଲୋମିଟର ପାଇଁ ୭୦୪୦ କୋଟି ଆକଳନ, ଟେଣ୍ଡର ଆହ୍ୱାନ କଲା NHAI

Published By : Prameya | January 13, 2025 11:13 AM

ଭୁବନେଶ୍ୱର,୧୩/୦୧: ରାଜ୍ୟବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ । ରାଜ୍ୟରେ ଶୀଘ୍ର କୋଷ୍ଟାଲ୍‌  ହାଇୱେ କାମ ଆରମ୍ଭ ହେବ । କୋଷ୍ଟାଲ୍‌ ହାଇୱେର  ୧୬୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର  ଆହ୍ୱାନ କଲେ ଭାରତର ଜାତୀୟ ରାଜପଥ ବା  ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ । ଏହି ରାସ୍ତା ପାଇଁ ଫେବ୍ରୁଆରୀ  ୨୭ ତାରିଖକୁ ଟେଣ୍ଡର ଅବଧିର ଶେଷ ଦିବସ ଭାବେ  ଧାର୍ଯ୍ୟ କରାଯାଇଛି । ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଚାରି  ଭାଗରେ ୧୬୩ କିମି ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ  କରିଥିବା ବେଳେ ଏ ବାବଦରେ ୭୦୪୦ କୋଟିରୁ  ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରିଛନ୍ତି ।  

ବହୁ ବାଦବିବାଦ, ବାରମ୍ୱାର ନକ୍ସା ପରିବର୍ତ୍ତନ  ପରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଏହି ୧୬୩  କିଲୋମିଟର ରାସ୍ତା ପାଇଁ ଏପ୍ରିଲରୁ କାମ ଆରମ୍ଭ  ହେବ । ପୁରୀରୁ କାକଟପୁର ୪୨ କିଲୋମିଟର୍‌ରେ  ୪ ଲେନ୍‌ ବିଶିଷ୍ଟ କୋଷ୍ଟାଲ୍‌ ହାଓୱେ ନିର୍ମାଣ ବାବଦରେ  ୧୫୯୨.୯୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି  କାକଟପୁରରୁ ଏରସମା ପର୍ଯ୍ୟନ୍ତ ୪୭.୬୦୦ କିମିରେ  ୨୨୦୧.୧୭ କୋଟି ଟଙ୍କା, ଏରସମାରୁ ପାରାଦୀପ  ୨୬.୨୦୦ କିମି ପାଇଁ ୧୩୭୦.୪୧ କୋଟି ଓ  ରାମେଶ୍ୱରରୁ ପୁରୀ ୪୭.୩୪୦ କିମି ପାଇଁ ୧୮୭୫.୯୦  କୋଟିର ଆକଳନ କରାଯାଇଛି । ରାମେଶ୍ୱରରୁ ପୁରୀ  ଟେଣ୍ଡର ଆବେଦନର ଶେଷ ଦିବସ ୨୪ ତାରିଖ ଥିବା  ବେଳେ ଅନ୍ୟ ୩ଟି ପ୍ରକଳ୍ପ ପାଇଁ ୨୭ ତାରିଖ ଶେଷ  ଦିବସ ରହିଛି ।  

୯ ବର୍ଷ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ  ନୀତିନ ଗଡ଼କରି ଏନେଇ ଘୋଷଣା କରିଥିଲେ ।  ପ୍ରଥମେ ଉପକୂଳ ରାଜପଥ ପ୍ରକଳ୍ପ ପ୍ରାୟ ୪୪୦  କିମି ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଯିବାର ଥିଲା ।  କିନ୍ତୁ ଏକ୍ସପର୍ଟ ଆପ୍ରାଇଜାଲ୍‌ କମିଟି(ଇଏସି) ଚିଲିକା,  ବାଲୁଖଣ୍ଡ ଓ ଭିତରକନିକାଠାରୁ ଦୂରରେ ରାଜପଥ  ତିଆରି କରିବାକୁ ପରାମର୍ଶ ଦେଇଥିଲେ । ପରେ ଖୋର୍ଦ୍ଧା  ଜିଲ୍ଲାର ଟାଙ୍ଗୀଠାରୁ ବାହାରି ରତନପୁର ଦେଇ ଦୀଘା  ପର୍ଯ୍ୟନ୍ତ (୩୮୨ କିମି) ଉପକୂଳ ରାଜପଥ ହେବା  ପାଇଁ ସ୍ଥିର ହୋଇଥିଲା । ହେଲେ ଜଗତସିଂହପୁର  ଜିଲ୍ଲାରେ ସମୁଦ୍ରଠାରୁ ପ୍ରାୟ ୨୫ କିମି ଦୂରରେ ରାଜପଥ  ନିଆଯିବାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଥିଲା ।  ଫଳରେ ଟେଣ୍ଡରକୁ ବାତିଲ କରାଯାଇଥିଲା । ଏବେ  ତ୍ରୁଟିକୁ ସୁଧାରି ନୂଆ ନକ୍ସା ତିଆରି ହୋଇଛି । ପୁରୀ ଜିଲ୍ଲା  ଅସ୍ତରଙ୍ଗ ଦେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌  ଅପଣ୍ଡରା ପଞ୍ଚାୟତର ପାଦରୁଆଁ ଗାଁ ଏବଂ ଏହାପରେ  ନଲରା, ତାଳଗାଁ, ବରଦିଆ, ତେନ୍ତୁଲିବେଲାରୀ ଦେଇ  ଉପକୂଳ ରାଜପଥ ଆଗକୁ ଯାଇଛି ।  

ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ  ଏ ନେଇ ଜନଶୁଣାଣି ସରିଛି । ପ୍ରଥମ ପର୍ଯ୍ୟାୟରେ  ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆରୁ କେନ୍ଦ୍ରାପଡ଼ା ଜିଲ୍ଲା  ମଶାକଣୀ ପର୍ଯ୍ୟନ୍ତ ମୋଟ ୧୬୩ କିଲାମିଟର ରାସ୍ତା  ହେବ । ପରେ ଦ୍ୱିତୀୟ ପର୍ଯ୍ୟାୟ ରାସ୍ତା କେନ୍ଦ୍ରାପଡ଼ା  ଖଦଳସାହିରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୧୭୧ କିମି ନିର୍ମାଣ  ହେବ । ଏଥିପାଇଁ ବ୍ୟୟ ଅଟକଳ ହୋଇନାହିଁ ।  ପରିବେଶ ମଞ୍ଜୁରି ମଧ୍ୟ ମିଳିନାହିଁ । ଏଥିଲାଗି ପ୍ରାୟ  ୧ ବର୍ଷ ଲାଗିବ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ  ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ଓଡ଼ିଶାରେ ଭାରତମାଳା ପରିଯୋଜନା ଅନ୍ତର୍ଗତ  ରାମେଶ୍ୱରରୁ ପାରାଦୀପର ରତନପୁର ପର୍ଯ୍ୟନ୍ତ  କୋଷ୍ଟାଲ୍‌ ହାଇୱେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଶୀଘ୍ର  ଆରମ୍ଭ ହେବ । ପୂର୍ବରୁ ଏଥିରେ ସନ୍ଦେହ ରହିଥିଲା ।  ମାତ୍ର ଡବଲ ଇଞ୍ଜିନ ସରକାର ଆସିବା ପରେ  ଏହି କାର୍ଯ୍ୟ ସୁନିଶ୍ଚିତ ଆରମ୍ଭ ହେବ । ଏହାଦ୍ୱାରା  ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ ଅପରେସନ  ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.