ନୂଆଦିଲ୍ଲୀ: ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତବର୍ଷ ଆଇପିଏଲରେ ନିଜର ଅନ୍ତିମ ମ୍ୟାଚ୍ ଖେଳୁଛି । ଗୁଜୁରାଟ ବିପକ୍ଷରେ ନିଜର ଅନ୍ତିମ ମ୍ୟାଚ ପାଇଁ ମଇଦାନକୁ ଓହ୍ଲାଇଛି । ଏହି ମ୍ୟାଚ ଆରମ୍ଭ ହେବା ପରେ ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ସିଏସକେର ଷ୍ଟାର କ୍ରିକେଟର ମହେନ୍ଦ୍ରସିଂହ ଧୋନୀ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି । ଚଳିତବର୍ଷ ମ୍ୟାଚ ଆରମ୍ଭ ହେବା ଦିନଠାରୁ ବାହାରେ ରହିଛନ୍ତି ଧୋନୀ । ଏଯାବତ ନିଜର ଆଇପିଏଲରୁ ଅବସର ଘୋଷଣା କରିନଥିବା ମାହି ଗୋଟିଏ ବି ମ୍ୟାଚ ଚଳିତ ସିଜିନରେ ନଜର ଆସିଲେ ନାହିଁ । ଫ୍ୟାନ୍ସମାନେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଚାହିଁଥିଲେ ମାତ୍ର ଏହା ହୋଇପାରିନାହିଁ ।
ଚଳିତ ସିଜିନ ଆରମ୍ଭରୁ ସିଏସକେ ପକ୍ଷରୁ କୁହାଯାଇଥିଲା କି, ଦୁଇ ସପ୍ତାହ ପରେ ଧୋନୀ ଦଳକୁ ଫେରିବେ । ସେ ଆହତ କାରଣରୁ ବାହାରେ ରହିଥିଲେ । ମାତ୍ର ସେ ଆହତରୁ ମୁକୁଳିଥିଲେ ଏବଂ ପରେ ପୁଣିଥରେ ଆଙ୍ଗୁଠିରେ ଆଘାତ ଲାଗିଛି । ଯେଉଁଥିରେ ଧରେ ଧିରେ ମୁକୁଳୁଛନ୍ତି । ମାତ୍ର ତାଙ୍କୁ ଦଳରେ ସୁଯୋଗ ମିଳିନି । କୁହାଯାଉଛି କି, ଦଳ ଯଦି ପ୍ଲେଅଫରେ ସ୍ଥାନ ପାଏ ତାହେଲେ ଧୋନୀ ଫେରିପାରନ୍ତି ।
ଧୋନୀ ଏବେ ଆଇପିଏଲର ସବୁଠାରୁ ବୟସ୍କ ଖେଳାଳି । ତଥାପି ସେ ଅବସର ଘୋଷଣା କରିନାହାନ୍ତି । ଚେନ୍ନାଇ ହୋମଗ୍ରାଉଣ୍ଡରେ ଶେଷ ମ୍ୟାଚ ସମୟରେ ଧୋନୀ ପଡ଼ିଆରେ ଭ୍ରମଣ କରିଥିଲେ । ଯାହାକୁ ନେଇ କୁହାଯାଉଛି କି, ସେ ସାଇଲେଣ୍ଟ ଅବସର ଘୋଷଣା କରିଛନ୍ତି । କିନ୍ତୁ ଏଯାବତ ଧୋନୀ ଅବସର ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । ମାତ୍ର ଏଯାବତ ପ୍ରତ୍ରେକ ସିଜିନରେ ଅତି କମରେ ୧୦ ମ୍ୟାଚ ଖେଳିଛନ୍ତି ମାହି । ମାତ୍ର ଚଳିତ ସିଜିନରେ ପ୍ରଥମଥର ପାଇଁ ସେ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି । ଯାହା ୧୮ ବର୍ଷର ଆଇପିଏଲ ଇତିହାସରେ ପ୍ରଥମଥର ଘଟିଛି ।
ଏହାସହ ପଢ଼ନ୍ତୁ : CSK VS GT: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ, ବ୍ୟାଟିଂ କରିବ ଗୁଜୁରାଟ