ସାହାଜପାଲ / ବୌଦ୍ଧ ,୪।୮ : ମୁର୍ଶୁଣ୍ଢ1 ସ୍ଥିତ ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇ ଯାଇଛି।
ନୂତନ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରିଥିଲେ l ସେହିପରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ ଓ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡିକର ସମାଧାନରେ ସହଯୋଗ କରିଥିଲେ ।