ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ପାଣି ପାଇଁ ମାଳ ମାଳ ଅଭିଯୋଗ

Published By : Prameya | November 12, 2024 9:35 PM

ଦାରିଙ୍ଗବାଡି,୧୨/୧୧(ଆପ୍ର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ   ଠାରେ ମଙ୍ଗଳବାର  ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅନୁପସ୍ଥିତ ଥିବା ଯୋଗୁଁ  ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ ଅଭିଯୋଗ ଶୁଣାଣି କରିଥିଲେ। ଅଭିଯୋଗ ମଧ୍ୟରେ ଅଧିକାଂଶ ପାନୀୟ ଜଳ ସମସ୍ୟା ରହିଥିଲା । ଦାରିଙ୍ଗବାଡି ବ୍ଲକ ରେ ଅନେକ ଗାଁରେ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ବ୍ୟବସ୍ଥା ହୋଇନଥିବା ବେଳେ ଆଉ କିଛି ଗାଁ ରେ ପାଇପ ଥିବା ବେଳେ ଜଳ ଯୋଗାଣ ହେଉ ନଥିବା ଅଭିଯୋଗ ହୋଇଥିଲା । ପାଣି ଭଳି ଏକ ମୌଳିକ ସୁବିଧା ଯଥା ଶୀଘ୍ର ଲୋକଙ୍କୁ ଯୋଗାଇ ଦେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

 ଅଭିଯୋଗ ଶୁଣାଣୀ ମଧ୍ୟରେ ଦନେକବାଡ଼ି ଠାରୁ ସିର୍କାବର୍ଗ ଖାଲଖମା ରାସ୍ତାର ମରାମତି କାର୍ଯ୍ୟ କରିବା ପାଇଁ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ ଅଭିଯୋଗ କରିଥିବା ବେଳେ କୁମ୍ଭାରିଗାଁ ପଞ୍ଚାୟତ ଅନ୍ତର୍ଗତ ଗବରକୁଟି ଠାରୁ ଖଜୁରୀପଦା ଓ ଗବରକୁଟି ଠାରୁ ଜିରିହ ନଗର ଆରଡି ରାସ୍ତା ପର୍ଯ୍ୟନ୍ତ ପକ୍କା ରାସ୍ତା ନିମନ୍ତେ ସରପଞ୍ଚ ସୁମିତ୍ରା ଦଳ ବେହେରା ଅଭିଯୋଗ କରିଥିଲେ । ଏଥି ସହିତ ଭତ୍ତା, ଆବାସ ଯୋଜନାରେ ଗୃହ ପ୍ରଦାନ, ନେଟୱର୍କ ସମସ୍ୟା, ରାସ୍ତା ସମସ୍ୟା, ବିଦ୍ୟୁତ୍ ଯୋଗାଣ ସମସ୍ୟା, ଚିକିତ୍ସା ପାଇଁ ସହାୟତା ପ୍ରଦାନ,ରାଣିଙ୍ଗପାଙ୍ଗା କୁ ନୂତନ ପଞ୍ଚାୟତ ଦାବି ଭଳି ଉପରେ ଅଭିଯୋଗ ହୋଇଥିଲା । ସର୍ବମୋଟ ୧୩୮ ଗୋଟି ଅଭିଯୋଗ ହୋଇଥିବା ବେଳେ ୬୩ ଟି ବ୍ୟକ୍ତିଗତ ଓ ସାମୁହିକ ଭାବେ ୭୫ ଗୋଟି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଶୁଣାଣି ରେ ଡେପୁଟି କଲେକ୍ଟର ଧିରଜ ପାତ୍ର, ରାଜେନ୍ଦ୍ର ନାରାୟଣ ସେନାପତି, ସିଡିଏମଓ ସନ୍ତୋଷ ପାତ୍ର, ସହକାରୀ ଜିଲ୍ଲାପାଳ ପଦ୍ମିନୀ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ  ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.