ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଲକ୍ଷ୍ନୌରେ କମେଡିଆନ ଅନୁଭବ ସିଂହ ବସ୍‌ସିଙ୍କ ଶୋ’ କ୍ୟାନସେଲ , ଅପର୍ଣ୍ଣା ଯାଦବ କରିଥିଲେ ବିରୋଧ

Published By : Prameya | February 15, 2025 9:37 PM

ନୂଆଦିଲ୍ଲୀ : ଇଣ୍ଡିଆଜ୍‌ ଗଟ୍‌ ଲେଟେଣ୍ଟରେ କରାଯାଇ ଥିବା ଅଭଦ୍ର ଟିପ୍ପଣୀକୁ ନେଇ ଷ୍ଟାଣ୍ଡଅପ୍‌ କମେଡିଆନ ବିବାଦରେ ଅଛନ୍ତି। ଏଥିରେ ଅନେକଙ୍କ ନାଁରେ କେସ୍‌ ମଧ୍ୟ ରୁଜୁ ହୋଇଛି। ଏହି ମଧ୍ୟରେ ଲକ୍ଷ୍ନୌରେ ଅନୁଭବ ସିଂହ ବସ୍ସିଙ୍କର ଶୋ ଥିଲା। କିନ୍ତୁ ବିବାଦ ବଢିବା ଦେଖି ଶୋ’କୁ କ୍ୟାନସେଲ କରି ଦିଆ ଯାଇଛି। କହି ରଖୁଛୁ କି ବସ୍‌ସିଙ୍କ ଶୋ’କୁ ନେଇ ବିଜେପି ନେତା ତଥା ମହିଳା ଆୟୋଗର ଉପାଧ୍ୟକ୍ଷ ଅପର୍ଣ୍ଣା ଯାଦବ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। 

୧୫ ଫେବ୍ରୁଆରୀ ଅର୍ଥାତ୍‌ ଶନିବାର ଦିନ ଷ୍ଟାଣ୍ଡଅପ୍‌ କମେଡିଆନ ଅନୁଭବ ସିଂହ ବସ୍ସିଙ୍କର ଲକ୍ଷ୍ନୌରେ ଶୋ’ ଥିଲା। ଏହାକୁ ନେଇ ୟୁପି ମହିଳା ଆୟୋଗର ଉପାଧ୍ୟକ୍ଷ ଅପର୍ଣ୍ଣା ଯାଦବ ବିରୋଧ କରୁଥିଲେ ଏବଂ ଏହାକୁ ରଦ୍ଦ କରିବାକୁ ଦାବି କରୁ ଥିଲେ। ଅପର୍ଣ୍ଣା ଡିଜିପିଙ୍କୁ ଚିଠି ଲେଖି ବିରୋଧ କରିଥିଲେ। ତାଙ୍କର କହିବା ଥିଲା କି, ବସ୍‌ସିଙ୍କ କାର୍ଯ୍ୟକ୍ରମ ଅଶ୍ଳୀଳ କଟେଣ୍ଟ ହୋଇଥାଏ। କମେଡି ନାମରେ ଖରାପ କମେଣ୍ଟସ ହୋଇଥାଏ। ଏହାପରେ  ଅନୁଭବ ସିଂହ ବସ୍‌ସିଙ୍କର ଶୋ କ୍ୟାନସେଲ କରି ଦିଆ ଯାଇଛି ।

ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଚିଠିରେ ଲେଖି ଥିଲେ କି , ବସସିଙ୍କର ପୁରୁଣା ଭିଡ଼ିଓରୁ ଜଣାପଡ଼ିଛି କି ଶୋ’ରେ ଆପତ୍ତିଜନକ ଶବ୍ଦର ବ୍ୟବହାର ହୋଇଥାଏ , ୟୁଟ୍ୟୁବରେ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି। ଏହା ସୁନିଶ୍ଚିତ କରାଯାଉ କି ସେ ମହିଳାଙ୍କୁ ନେଇ କୌଣସି ପ୍ରକାରର ଅପଶବ୍ଦର ବ୍ୟବହାର କରିବେ ନାହିଁ।

ଅନୁଭବ ସିଂହ ବସ୍‌ସି ୨୦୧୭ରେ ଷ୍ଟାଣ୍ଡ ଅପ୍‌ କମେଡିରେ ଡେବ୍ୟୁ କରିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କର ୩ ମିଲିୟନରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ଷ୍ଟାଣ୍ଡ ଅପ୍‌ କମେଡି ବ୍ୟତୀତ ବସସି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ୨୦୨୨ରେ ଆସିଥିବା ଫିଲ୍ମ ତୁ ଝୁଠି ମୈଁ ମକ୍କାର ରେ ରଣବୀର କପୁରଙ୍କ ବନ୍ଧୁ ହୋଇଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.