ଭୁବନେଶ୍ୱର,୧୬/୧୦: ହଜମକାରୀ ଆୟୁର୍ବେଦିକ ବ୍ରାଣ୍ଡ୍ ସେଠବ୍ରଦର୍ସ ପକ୍ଷରୁ ଏହାର ପ୍ରମୁଖ ଉତ୍ପାଦ କାୟମ୍ଚୁର୍ଣ୍ଣ ଲାଗି ହାସ୍ୟ ଅଭିନେତା କିକୁ ସାରଦାଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । କାୟମଚୁର୍ଣ୍ଣ, ଟାବଲେଟ ଏବଂ ଗ୍ରାନ୍ୟୁଲସ ଲାଗି ଶ୍ରୀ ସାରଦାଙ୍କୁ ନିଯୁକ୍ତ କରିଛି କମ୍ପାନି । ଏଭଳି ପଦକ୍ଷେପ ଦ୍ୱାରା ଉଭୟ ଭାରତ ଏବଂ ବିଶ୍ୱ ବଜାରରେ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଭାରତରେ ବଦହଜମି ଏବଂ କୋଷ୍ଠ କାଟିନ୍ୟ ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି ।
ସବୁ ବୟସ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହା ଦେଖାଦେଇଥାଏ । ବ୍ୟସ୍ତବହୁଳ ଜୀବନ ଶୈଳୀ, ଖାଦ୍ୟାଭ୍ୟାସରେ ଅନିୟମିତତା ଏବଂ ଚାପ ଯୋଗୁ ହଜମ ପ୍ରକ୍ରିୟାରେ ବାଧା ଉପୁଯିଥାଏ । ଏଥିଯୋଗୁ ବ୍ୟକ୍ତିବିଶେଷଙ୍କୁ ଅନେକ ସମସ୍ୟା ହୋଇଥାଏ । ଏଭଳି ସମସ୍ୟା କ୍ଷେତ୍ରରେ କାୟମଚୁର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଥାଏ । ଏହାର ପ୍ରାକୃତିକ ଉପଦାନ ଅନେକଙ୍କ ଲାଗି ବରଦାନ ଭାବେ ଉଭା ହୋଇଛି । ଶ୍ରୀ କିକୁ ଶାରଦା କହିଛନ୍ତି, ଏହି ବ୍ରାଣ୍ଡ୍ ସହ ଅଂଶୀଦାର ହୋଇ ଅତ୍ୟନ୍ତ ଖୁସି ।