ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କମେଡ଼ିଆନ ସୁନୀଲ ପାଲ୍ ନିଖୋଜ! କହିଲେ ନିଖୋଜ ନୁହଁ ହୋଇଥିଲା ଅପହରଣ..

Published By : Anindita Ratha | December 4, 2024 8:41 AM

ମୁମ୍ବାଇ,୦୪/୧୨: ଜଣାଶୁଣା କମେଡ଼ିଆନ ସୁନୀଲ ପାଲ୍ ନିଖୋଜ । ଗତ ୨୪ ଘଣ୍ଟା ଧରି ମିଳୁନଥିଲା କୌଣଲି ପତ୍ତା।  ଯାହାକୁ ନେଇ ତାଙ୍କ ପତ୍ନୀ ମୁମ୍ବାଇର ସାଂତାକ୍ରୁଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ  । ଯାହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜି ବାହାର କରିଛି ।  

ତେବେ ଦ ଗ୍ରେଟ ଇଣ୍ଡିୟନ ଲାଫ୍ଟର ତ୍ୟାଲେଞ୍ଜର ବିଜେତା ସୁନିଲ ପାଲ  କିଛି ସମୟ ଧରି ନିଜର ଏକ ଶୋ ପାଇଁ ମୁମ୍ବାଇରୁ ବାହାରେ ଥିଲେ। ସେ ଡିସେମ୍ବର ୩ରେ ନିଜ ଘରକୁ ଫେରିବା ପାଇଁ କହିଥିଲେ । କିନ୍ତୁ ଘରକୁ ନ ଫେରିବା ସହ ତାଙ୍କ ଫୋନ ମଧ୍ୟ ବନ୍ଦ ଥିଲା । ତାଙ୍କ ପତ୍ନୀ ତାଙ୍କୁ ବାରମ୍ବାର ଫୋନ କରିଥିବା ବେଳେ ସୁନୀଲଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନଥିଲା । ଯାହାକୁ ନେ ସେ ଚିନ୍ତିତ ହେବା ସହ ପୋଲିସର ସାହାର୍ଯ୍ୟ ନେଇଥିଲେ । ଏନେଇ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ ଜଣାପଡିଥିଲା ଯେ,ସୁନୀଲଙ୍କ ଫୋନ ଖରାପ ଅଚାନକ ଖରାପ ହୋଇଯାଇଥିଲା । ଯାହାଦ୍ବାରା ତାଙ୍କ ପତ୍ନୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା ।ଏହାପରେ ପୋଲିସ ସୁନୀଲ ପାଲଙ୍କ ସହ ସମ୍ପର୍କ କରିଥିବା ବେଳେ ଆଜି ସେ ମୁମ୍ବାଇ ଫେରିବେ ବୋଲି ସୂଚନା ଦେଇଛନ୍ତି । ସୁନୀଲ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଅପହରଣ କରାଯାଇଥିଲା। ହେଲେ ବର୍ତ୍ତମାନ ଯାଏଁ ତାଙ୍କର ଅପହରଣ କିଏ କରିଥିଲା । ଏନେଇ କୌଣସି ସୂଚନା ମିଳିନି । 

ପ୍ରକାଶ ଥାଉକି,  ସୁନୀଲ ତାଙ୍କର କ୍ୟାରିୟରରେ ଅନେକ କମେଡ଼ି ଶୋ’କରିଛନ୍ତି । ନିଜର ନିଖୁଳ କହିବା ଶୈଳୀରେ ସୁନୀଲ ଦର୍ଶକଙ୍କୁ ହସାଇବାରେ ବେଶ୍ ଓସ୍ତାଦ ଥିଲେ । ଏଥିସହିତ ସୁନୀଲ ଅଭିନୟରେ ମଧ୍ୟ ନିଜର ପାଦ ରଖିଥିଲେ । ସେ ‘ଫିର ହେରା ଫେରୀ’, ‘ଅପନା ସପନା ମନୀ ମନୀ’, ‘ବମ୍ବୋ ଟୁ ଗୋଆ’ ଓ ‘କିକ’ ପରି ବହୁ ଫିଲ୍ମରେ କାମ କରିଥିଲେ । ସୁନୀଲ ନିଜର ନିଆରା କମେଡ଼ି ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ୨୦୦୫ରେ ଟିଭିରେ ଆସିଥିବା ‘ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ରେ ସୁନୀଲ କାମ କରିଥିଲେ । ସୁନୀଲ ଷ୍ଟାଣ୍ଡ ଅପ୍ କମେଡ଼ି ପାଇଁ ବେଶ୍ ସୁପରିଚିତ  । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.