ନୂଆଦିଲ୍ଲୀ,୦୧/୦୬: ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ଶନିବାର ୧୯ କିଲୋବିଶିଷ୍ଟ  ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର ୨୪  ଟଙ୍କା କମାଇଛନ୍ତି । ଜୁନ୍‌ ୧ରୁ ନୂଆ ଦର  ଲାଗୁ ହୋଇଛି । ଦର ହ୍ରାସ ପରେ ବର୍ତ୍ତମାନ  ଦିଲ୍ଲୀରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର  ଖୁଚୁରା ଦାମ ୧,୭୨୩.୫୦ ଟଙ୍କାକୁ  ଖସିଆସିଛି । ଏହା ପୂର୍ବରୁ ମେ ୧ରେ ୧୯  କିଲୋବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର  ଦର ୧୪.୫୦ ଟଙ୍କା କମିଥିଲା । ସେହିଭଳି  ଏପ୍ରିଲ ୧ରେ ଏହାର ଦର ୪୧ ଟଙ୍କା ହ୍ରାସ  ହୋଇଥିଲା । ଅନ୍ତର୍ଜାତୀୟ ଅଶୋଧିତ ତୈଳ  ବଜାରରେ ହେଉଥିବା ପରିବର୍ତ୍ତନକୁ ଦେଖି  ଘରୋଇ ତୈଳ କମ୍ପାନିମାନେ ଏଲ୍‌ପିଜି ଦର  ସଂଶୋଧନ କରିଥାନ୍ତି । ତେବେ ଘରୋଇ  ଭାବେ ବ୍ୟବହୃତ ହେଉଥିବା ଏଲ୍‌ପିଜି  ସିଲିଣ୍ଡର ଦର ଏଥର ଅପରିବର୍ତ୍ତିତ ରହିଛି ।