ନୂଆଦିଲ୍ଲୀ,୦୧/୦୬: ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ଶନିବାର ୧୯ କିଲୋବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଦର ୨୪ ଟଙ୍କା କମାଇଛନ୍ତି । ଜୁନ୍ ୧ରୁ ନୂଆ ଦର ଲାଗୁ ହୋଇଛି । ଦର ହ୍ରାସ ପରେ ବର୍ତ୍ତମାନ ଦିଲ୍ଲୀରେ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ଖୁଚୁରା ଦାମ ୧,୭୨୩.୫୦ ଟଙ୍କାକୁ ଖସିଆସିଛି । ଏହା ପୂର୍ବରୁ ମେ ୧ରେ ୧୯ କିଲୋବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଦର ୧୪.୫୦ ଟଙ୍କା କମିଥିଲା । ସେହିଭଳି ଏପ୍ରିଲ ୧ରେ ଏହାର ଦର ୪୧ ଟଙ୍କା ହ୍ରାସ ହୋଇଥିଲା । ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ହେଉଥିବା ପରିବର୍ତ୍ତନକୁ ଦେଖି ଘରୋଇ ତୈଳ କମ୍ପାନିମାନେ ଏଲ୍ପିଜି ଦର ସଂଶୋଧନ କରିଥାନ୍ତି । ତେବେ ଘରୋଇ ଭାବେ ବ୍ୟବହୃତ ହେଉଥିବା ଏଲ୍ପିଜି ସିଲିଣ୍ଡର ଦର ଏଥର ଅପରିବର୍ତ୍ତିତ ରହିଛି ।

ବିଜେପିର ମିଶ୍ରଣ ପର୍ବ; ଶଙ୍ଖ ଛାଡି ପଦ୍ମ ଧରିଲେ ଶତାଧ...