ପ୍ରମୂଖ ଖବର
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ, ପହଣ୍ଡି ପାଇଁ କମିଟି ଗଠନ

Published By : Suraj Kumar | June 14, 2025 9:17 PM

ପୁରୀ,୧୪।୬ :  ଚଳିତ ରଥଯାତ୍ରାରେ ଗୋଟିଏ ଦିନରେ ନବଯୌବନ ଦର୍ଶନ  ଓ ନେତ୍ରୋତ୍ସବ ଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପ୍ରସାଦ ସେବନ ଉପରେ ଗୁରୁତ୍ବ । ଗତବର୍ଷର ପହଣ୍ଡି ଅଘଟଣ ଏଡାଇବାକୁ ସ୍ଵତ୍ଵଲିପି ଅନୁଯାୟୀ ସେବା ସଂପୃକ୍ତ ସେବକଙ୍କୁ ନେଇ ଗଠିତ ହୋଇଛି ପହଣ୍ଡି ଟିମ୍ ।୩ ଜଣିଆ କମିଟି ର ପରାମର୍ଶ ଅନୁଯାୟୀ ହେବ ପହଣ୍ଡି କାର୍ଯ୍ୟ ।ସେପଟେ ରଥ ସମୟରେ ହେବ  ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ।ନୂଆ ରୂପ ପାଉଛି ଶ୍ରୀଗୁଣ୍ଡିଚା ମନ୍ଦିର ।ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀ ମନ୍ଦିରରେ ହେବ ଆଲୋକିକରଣ। ଦିବ୍ୟାଙ୍ଗ ଦର୍ଶନ ପାଇଁ ଶେଷ ହୋଇଛି ରାମ୍ପ ନିର୍ମାଣ। ଖୁବ୍ ଶୀଘ୍ର ନାଟ ମଣ୍ଡପରେ ହେବ ଶୀତତାପ ନିୟନ୍ତ୍ରିତ ହେବ ବୋଲି ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହ ଦଇତାପତି ନିଯୋଗର ବୈଠକ ଶେଷ ହୋଇଛି ।ପହଣ୍ଡି ଶୃଙ୍ଖଳା ପାଇଁ ୪ ଟି ଟିମ୍ ଗଠନ କରିଛି ନିଯୋଗ। ୩ ଜଣିଆ ତଦନ୍ତ କମିଟିର ପରାମର୍ଶ ଅନୁଯାୟୀ ଚଳିତବର୍ଷ ହୋଇଛି ପହଣ୍ଡି ବ୍ୟବସ୍ଥା ନିର୍ଦ୍ଧାରଣ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବୈଠକରେ ନୀତି ଶୃଙ୍ଖଳା ଓ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ହୋଇଛନ୍ତି ପ୍ରତିଶ୍ରୁତି ବଦ୍ଧ ।ମୋବାଇଲ୍ ସମ୍ପୁର୍ଣ୍ଣ ବାରଣ ହେବ ।୪ ଟି ପହଣ୍ଡି ଦଳ ପ୍ରସ୍ତୁତ କରିସାରିଛି ଦଇତାପତି ନିଯୋଗ ।ଅନ୍ୟ ନିଯୋଗର ସୂଚୀ ଆସିବା ପରେ ହେବ ଫାଇନାଲ ଲିଷ୍ଟ ।ଉତ୍ତମ ସମନ୍ଵୟ,ଶୃଙ୍ଖଳିତ ନୀତି ,ବ୍ୟବସ୍ଥାବଳି ଅନୁପାଳନ୍ ଉପରେ ଫୋକସ୍ ।ସେବକଙ୍କ ସହାୟକ କେବଳ ଆବଶ୍ୟକ ସମୟରେ ରଥ ଉପରକୁ ଯାଇପାରିବେ ।ଅନ୍ୟ ସମୟରେ ଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।ରଥ ଉପରକୁ ଛଦ୍ମବେଶୀ ଚଢିଲେ ହେବ ଫୌଜଦାରି ମୋକଦ୍ଦମା ।ସ୍ନାନ ପୂର୍ଣ୍ଣିମାରେ ଭକ୍ତମାନେ  ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁବା ଘଟଣାରେ ଚାଲିଛି ତଦନ୍ତ । ଭିଡିଓ ଫୁଟେଜ ର ଯାଞ୍ଚ୍ ପରେ ଦୋଷ ଥିଲେ ନିଆଯିବ  କାର୍ଯ୍ୟାନୁଷ୍ଠାନ ।ସେପଟେ ସୁନାବେଶରେ ଶ୍ରୀ ପୟର,ଶ୍ରୀ ଭୁଜକୁ ଭକ୍ତଙ୍କ ଦର୍ଶନ ପାଇଁ  ଅବରୋଧ ନକରିବାକୁ ସେବକଙ୍କୁ ଦିଆଯାଇଛି ପରାମର୍ଶ ।

ସେପଟେ ୨୮ ଜୁନ ଠାରୁ ୬ ଜୁଲାଇ ମଧ୍ୟରେ ସମସ୍ତ୍ ସଂରକ୍ଷଣ କାର୍ଯ୍ୟ ଶେଷ କରିବାକୁ ଏ ଏସ ଆଇ କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ପୂର୍ବରୁ ପ୍ରସ୍ତୁତ ରହିବ ମ୍ୟାଟେରିଆଲ ।ରଥଯାତ୍ରା ସମୟରେ ହେବ ମରାମତି କାର୍ଯ୍ୟ ।ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀ ମନ୍ଦିର ରେ ହେବ ଆଲୋକିକରଣ।ବୈଷୟିକ ସଂସ୍ଥା ଦେଇସାରିଛନ୍ତି ପ୍ରେଜେଣ୍ଟେସନ।ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ଭସାଡ ଲାଇଟ୍ ଆହୁରି ସୁଦୃଢ଼ୀକରଣ ହୋଇ ଝଳସିବ ଶ୍ରୀମନ୍ଦିର ।ଶ୍ରୀ ଗୁଣ୍ଡିଚା ମନ୍ଦିରରେ ସରିଛି ବାହାର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ।ନୂଆ ଏକ ସୂଚନା କେନ୍ଦ୍ର ଯୋଡ଼ି ହେବା ସହ ସିଂହଦ୍ୱାର ଓ ନାକଚଣା ଦ୍ଵାର ରେ ହୋଇଛି ସୌନ୍ଦର୍ଯ୍ୟକରଣ ।ଭକ୍ତ ଙ୍କୁ ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ସୂଚନା ଦେବାକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୂଆକରି ଲାଗିଛି ଏଲଇଡି।ସେପଟେ ଦିବ୍ୟାଙ୍ଗ ଦର୍ଶନକୁ ବ୍ୟବସ୍ଥିତ କରିବାକୁ ଉତ୍ତର ଦ୍ଵାରରେ ସରିଛି ରାମ୍ପ ।ସେବା ସଂପୃକ୍ତ ନିଯୋଗ ସହ ଆଲୋଚନା ଓ ପରାମର୍ଶ ପରେ ଲାଗୁ ହେବ ବ୍ୟବସ୍ଥା। ପରମ୍ପରା ନ ଭାଙ୍ଗି ହେବ ଦିବ୍ୟାଙ୍ଗ ଦର୍ଶନ ବ୍ୟବସ୍ଥା ।ଆବଶ୍ୟକ ପଡିଲେ ରହିବେ ଅଧିକରୁ ଅଧିକ ଭଲ୍ୟୁଣ୍ଟିଆର।ସେପଟେ ନାଟ ମଣ୍ଡପରେ ଖୁବ୍ ଶୀଘ୍ର ଏସି ବ୍ୟବସ୍ଥା ଲାଗୁ କରିବାକୁ ଏଏସଆଇର ଅନୁମତି ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.