ମେଷ : ସପ୍ତମ ଚନ୍ଦ୍ର, ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା, ଆସିବ ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ମିଳିବ । ମୂଲ୍ୟବାନ ଧାତୁ, ବସନ ଭୂଷଣ, ସୌଖୀନ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦ ପ୍ରମୋଦରେ ଅଧିକ ଧନ ବ୍ୟୟ କରିବେ ।ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା ଏବଂ ସମସ୍ତଙ୍କର ମନ ଜିଣିବାରେ ସମର୍ଥ ହେବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକାମେଷ ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ଗେରୁଆ,ସଂଖ୍ୟା : ୬, ଆରାଧନା : ପ୍ରଭୁହନୁମାନ ।
ବୃଷ : ଘାତବାର ଓ ଘାତ ତିଥି ଓ ଷଷ୍ଠଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନ ଅସ୍ଥିର, ବିଷାଦ ଗ୍ରସ୍ତ ରହିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛିମାତ୍ରାରେ ସମର୍ଥ ହେବେ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ପରୋପକାର, ସମାଜସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଗୁରୁ ଜନଙ୍କ ପ୍ରତି ସମ୍ମାନ, ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ରହିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୬, ଆରାଧନା : ପ୍ରଭୁଶ୍ରୀରାମ ।
ମିଥୁନ : କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ରଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି ଓ ସ୍ମରଣ ଶକ୍ତି ଲୋପ୍ ପାଇବ ଏବଂ ମନ ଅସ୍ଥିର ଓ ଚାପ ଗ୍ରସ୍ତ ରହିବ । ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ପାରିବାରିକ ବିବାଦ ଉଗ୍ରରୂପ ଧାରଣ କରିବ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମ୍ମାନହାନି ଘଟିବ । ଯେଉଁମାନଙ୍କର ମୃଗ ଶିରା ଓ ଆର୍ଦ୍ରା ମିଥୁନ ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ :ମେରୁନ୍,ସଂଖ୍ୟା: ୬, ଆରାଧନା : ମା’ ଛିନ୍ନମସ୍ତା ।
କର୍କଟ : ଚତୁର୍ଥ ଚନ୍ଦ୍ର, ଚତୁର୍ଥୀ ତିଥି ଯୋଗୁ ଓ ମଙ୍ଗଳ, ରାହୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ହେବ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ ଏବଂ ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭ ଦୃଷ୍ଟିରେ ରହିବେ ।ଯେଉଁମାନଙ୍କର ପୁନ ର୍ବସୁ ଓ ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ :ଲାଲ,ସଂଖ୍ୟା: ୩, ଆରାଧନା : ମା’ ଭୁବନେଶ୍ୱରୀ ।
ସିଂହ : ତୃତୀୟ ଚନ୍ଦ୍ର, ଘାତବାର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସ୍ୱଜନରେ ସୁ ସମ୍ପର୍କ ଏବଂ ଭାଇ ଭଉଣୀଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତି ହେବ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁ ଚିନ୍ତିତ ପଦକ୍ଷେପ ଗ୍ରହଣ କରିବେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚା ଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀ ସିଂହ ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା : ମା’ ମାଣିକେଶ୍ୱରୀ ।
କନ୍ୟା : ଘାତବାର ଓ ଦ୍ୱିତୀୟ ଚନ୍ଦ୍ର ଯୋଗୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ ଏବଂ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ି ପାରନ୍ତି । ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖା ଦେବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ସତର୍କହେବେ ।
ଶୁଭ ରଙ୍ଗ : କଳା, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।
ତୁଳା : ଶ୍ରୀଚନ୍ଦ୍ର, ଶନିବାର ଓ ପୂର୍ବାହ୍ନ ୧୧ଟା ୧୫ ମିନିଟ୍ ପରେ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ଚାଳିଚଳନରେ ସଂଯମତା, ବଚନରେ ମଧୁରତା, ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ଆପଣାଇବେ । ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ହେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ଓ ଆତ୍ମତୃପ୍ତି ମିଳିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ବିଶାଖାତୁଳା ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ :ସବୁଜ, ସଂଖ୍ୟା : ୧୨, ଆରାଧନା : ମା’କମଳା ।
ବିଛା : ଦ୍ୱାଦଶ ଚନ୍ଦ୍ର ଓ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ କିମ୍ବା ବ୍ୟବସାୟ କର୍ମରେ କୌଣସି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଉନ୍ନତିମୂଳକକର୍ମରେ ଧନର ବିନିଯୋଗ କରିବେ । ଖର୍ଚ୍ଚ ପ୍ରତି ଅନାଗ୍ରହ, ସଞ୍ଚୟ ପ୍ରତିମନରେ ଆଗ୍ରହ ଆସିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମକୁ ଆଜି ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ବିଶାଖା ଓ ଅନୁରାଧା ବିଛା ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଲାଲ,ସଂଖ୍ୟା : ୩, ଆରାଧନା : ପ୍ରଭୁସ୍କନ୍ଦ ।
ଧନୁ : ଏକାଦଶଚନ୍ଦ୍ର ଓ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆର୍ଥିକ ସ୍ଥିତିରେ ଉନ୍ନତି, ବ୍ୟବସାୟରେ ପ୍ରଗତି ଏବଂ ସମସ୍ତ କର୍ମରେ ଉନ୍ନତି ଆସିବ । ଆୟର ନୂତନ ମାର୍ଗ ଖୋଲିବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ଼ ଫେରିପାଇବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତି ବଦ୍ଧ ହେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଯୋଜନା କରିବେ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ମା’ ତାରା ।
ମକର : ଦଶମଚନ୍ଦ୍ର, ଶନିବାର ଓ ପୂର୍ବାହ୍ନ ୧୧ଟା ୧୫ମିନିଟ୍ ପରେ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସମସ୍ତ ଅସମ୍ପୂର୍ଣ୍ଣ କର୍ମକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ ଏବଂ ସମସ୍ତ କଷ୍ଟ ସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ । ଆଜି ଯେ କୌଣସି କର୍ମ ଆରମ୍ଭ କରିବେ, ସେଥିରେ ଶତ ପ୍ରତିଶତ ସଫଳତା ପାଇବେ ଏବଂ ସମସ୍ତକର୍ମରେ ଆପଣଙ୍କର ସମୟାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ଓ ଆତ୍ମ ତୃପ୍ତି ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠମକର ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ :କଳା, ସଂଖ୍ୟା : ୩, ଆରାଧନା : ମା’ କାଳୀ ।
କୁମ୍ଭ : କୃଷ୍ଣପକ୍ଷର ନବମ ଚନ୍ଦ୍ରଯୋଗୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋ ମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ନିଜ ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ବିବାଦ ଦେଖାଦେଇପାରେ । ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ, ଧାର୍ମିକ କର୍ମରେ ବିଘ୍ନ ଦେଖା ଦେବ ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସା ଭାବ ପ୍ରକାଶ ପାଇବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଶତ ଭିଷା କୁମ୍ଭ ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ :ମାଟିଆ, ସଂଖ୍ୟା : ୧୧, ଆରାଧନା : ମା’ ଭୈରବୀ ।
ମୀନ : ଅଷ୍ଟମଚନ୍ଦ୍ର, ଶନିବାର, ଚତୁର୍ଥୀ ତିଥି ଓ ପୂର୍ବାହ୍ନ ୧୧ଟା ୧୫ ମିନିଟ୍ ପରେ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚ ସ୍ଥାନ ଆରୋହଣ, ଗ୍ୟାସ୍, ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ଶାରୀରୀକ ପୀଡ଼ା ଭୋଗିବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତକର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ରେବତୀ ମୀନ ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୫, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।
ଜ୍ୟୋତିର୍ବିଦ୍ : କୈଳାସ ଦାଶ
ଯୋଗାଯୋଗ : ୯୪୩୭୧୩୩୪୭୩