ଭୁବନେଶ୍ବର ,୨୪/୦୯: ବିଧାନସଭା ବଳକା ଚାଉଳ ତାତି । ଗୃହରେ ଶାସକ ଏବଂ ବିରୋଧୀ ମୁହାଁମୁହିଁ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନ ଉତ୍ତର ରଖିଛନ୍ତି ଯୋଗାଣ ମାନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯଦି କେନ୍ଦ୍ର ସରକାର ଏହି ଚାଉଳକୁ ନ ଉଠାନ୍ତି, ତେବେ ଏହାକୁ ନିଲାମ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୧ଟି ଜିଲ୍ଲାକୁ ୩ ମାସର ଅଧିକ ଚାଉଳ ଦିଆଯାଇଛି । ରାଜ୍ୟରେ ମୋଟ୍ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା। ଯେଉଁଥିରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି । ସେପଟେ ୮ ବର୍ଷରେ କେନ୍ଦ୍ର ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି ରହିଛି ବୋଲି ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ ।